ସ୍ତ୍ରୀ ହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ

0 120

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ କୋର୍ଟରେ ସ୍ତ୍ରୀ ହନ୍ତା ସ୍ୱାମୀକୁ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁସାରେ ଗତ ୨୭.୨.୨୨ ରିଖ ବଡ଼ବିଲ ଥାନା ଅନ୍ତର୍ଗତ ସେରେଣ୍ଡା ଜଗଦା ସାହିରେ ଘଟିଥିଲା ଏହି ହତ୍ୟାକାଣ୍ଡ । ସ୍ୱାମୀ ମଙ୍ଗଲ ମୁଣ୍ଡା ମଦ ପାଇଁ ପଇସା ନଦେବା ଯୋଗୁଁ ସ୍ତ୍ରୀ ଜାମାଇ ମୁଣ୍ଡାକୁ ତାର ପିଲାଙ୍କ ସମ୍ମୁଖରେ ଏକ ପେଞ୍ଚକଶ (ସ୍କୃଡ୍ରାଇଭର) ଓ ଏକ ଟାଙ୍ଗିଆ ସାହାଯ୍ୟରେ ନିର୍ମମ ଭାବେ ହତ୍ୟା କରିଥିଲା । ଏ ନେଇ ମଙ୍ଗଳ ଝିଅ ସାବିତ୍ରୀ ମୁଣ୍ଡା ବଡ଼ବିଲ ଥାନା ରେ ସେହି ଦିନ ଅଭିଯୋଗ କରିବା ପରେ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ସରୋଜ କୁମାର ଦାସ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଆସାମୀ ମଙ୍ଗଲ ମୁଣ୍ଡାକୁ ଦଫା ୩୦୨ରେ ଆଜୀବନ ଓ ଦଫା ୨୦୧ ରେ ତିନିବର୍ଷ ଜେଲ୍‌ ଦଣ୍ଡା ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four × one =