ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

0 21

ଫୁଲବାଣୀ: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀ ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ 2024 ପାଳିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ତଥା ଆଶିଷ ଇଶ୍ୱର ପାଟିଲ, କନ୍ଧମାଳର ଡିସି ଆକ୍ସନ ଏଡ଼ ଇଣ୍ଡିଆ ଶ୍ରୀମତୀ ସନ୍ଧ୍ୟାରାଣୀ ମହାନ୍ତି, କନ୍ଧମାଳର ଡି ଏସ ଡବ୍ଲ୍ୟୁ ଓ ଶ୍ରୀମତୀ କ୍ରିଷ୍ଣା ପଣ୍ଡା, ଶ୍ରୀ ସୁବ୍ରତ ଦାସ, ଯେଡିଏସ ଓ ଡିଇଓ କନ୍ଧମାଳ, ନୀଳମାଧବ ମିଶ୍ର, ଆଇଏମ୍ସି ଅଧ୍ୟକ୍ଷ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀ, ପ୍ରକାଶ ଚନ୍ଦ୍ର ସେଠୀ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀର ଅଧ୍ୟକ୍ଷ ଏବଂ କର୍ମଚାରୀ ଓ ଛାତ୍ର ଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଅନୁଷ୍ଠାନର ପ୍ରତିଭାବାନ ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ଅଭିନବ ଦକ୍ଷତା ଓ ଜ୍ଞାନର ପରିଚୟ ଦେଇ ପ୍ରକଳ୍ପ ଉପସ୍ଥାପନ କରି ଦିବସର ଶୁଭାରମ୍ଭ କରିଥିଲେ। ଏହା ପରେ ମାନ୍ୟବର ଜିଲ୍ଲାପାଳଙ୍କ ଦ୍ୱାରା ସ୍କିଲ୍ ଫାଉଣ୍ଟେନର ଉଦଘାଟନ କରାଇବା ସହିତ ଦକ୍ଷତା ବିକାଶ ଦିଗରେ ଅନୁଷ୍ଠାନର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଥିଲେ ।ଦିନର କାର୍ଯ୍ୟକ୍ରମକୁ ଆଲୋକିତ କରିବା ପୁରସ୍କାର ବିତରଣ ସମାରୋହ ଥିଲା, ଯେଉଁଠାରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍କର୍ଷତା ହାସଲ କରିଥିବା ଛାତ୍ରମାନେ ସେମାନଙ୍କର ପରିଶ୍ରମ ଏବଂ ନିଷ୍ଠା ପାଇଁ ପୁରସ୍କୃତ ହୋଇଥିଲେ l ଏହି ଉତ୍ସବଟି ଏକ ଉତ୍ସାହପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସମାପ୍ତ ହୋଇଥିଲା l ଦକ୍ଷତା ବିକାଶ ମାଧ୍ୟମରେ ଯୁବକମାନଙ୍କୁ ସଶକ୍ତିକରଣ ଦିଗରେ ସରକାରୀ ଆଇଟିଆଇ ଫୁଲବାଣୀ ପ୍ରତିବଦ୍ଧତାକୁ ପ୍ରତିଫଳିତକରିଥିଲେ, ଯାହା ଏକ ବଡ଼ ସଫଳତା ଥିଲା l ସଭା କାର୍ଯ୍ୟ ଶେଷ ରେ ବୈଦିକ ଶାନ୍ତି ପାଠ କରି ଅନୁଷ୍ଠାନ ର ବରିଷ୍ଠ ଅଧ୍ୟାପକ ନୃସିଂହାନନ୍ଦ ମହାପାତ୍ର ସମସ୍ତ ଅତିଥି ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏତଦ ବ୍ୟତୀତ ବୈଦିକ ପାଠ ଉଚ୍ଚାରଣ କରି ସଭା ଶେଷ କଲେ

hiranchal ad1
Leave A Reply

Your email address will not be published.

4 × 4 =