ପରିବେଶ ସନ୍ତୁଳନ ରକ୍ଷା ପାଇଁ ସହାୟକ ବୃକ୍ଷ ରୋପଣ ଅଭିଯାନ

0 53

ସମ୍ବଲପୁର : ସାରା ବିଶ୍ୱ ଦିନକୁ ଦିନ ପ୍ରଦୂଷିତ ହେବା ସହ ଉଷ୍ମତାର ବଳୟ ଆଚ୍ଛାଦିତ ହେବାରେ ଲାଗିଥିବାବେଳେ, ଏହାକୁ ଏଡାଇବାକୁ ଭାରତ ବର୍ଷରେ “ଗୋଟିଏ ଗଛ ମାଁ ପାଇଁ ” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହିକ୍ରମରେ ସାମାଜିକ ଅନୁଷ୍ଠାନ ସକ୍ଷମ’ ପକ୍ଷରୁ ଦୁର୍ଗାପାଲି ସ୍ଥିତ ଗୁଡ଼େଶ୍ୱର ବାବା ମନ୍ଦିର ମୁଖ୍ୟରାସ୍ତା କଡରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସରୋଜ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ l ସେ କହିଥିଲେ ଯେ “ସମାଜ ପାଇଁ ଗଛ ଲଗାଇବାର ନିତ୍ୟାନ୍ତ ଅବ୍ୟାଶ୍ୟକତା ରହିଛି” I ପ୍ରାରମ୍ଭରେ ପୂଜା ଅର୍ଚ୍ଚନା ପୂର୍ବକ ମନ୍ତ୍ରୀ ଶ୍ରୀପୂଜାରୀ ନିଜହସ୍ତରେ ବୃକ୍ଷ ରୋପଣ ଅଭିଯାନ ଆରମ୍ଭ କରିଥିଲେ ।ଏହି ଅବସରରେ ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଏକ ପଥ ପ୍ରାନ୍ତ ସଭାରେ ମୁଖ୍ୟ ଅତିଥି ଶ୍ରୀପୂଜାରୀ କହିଛନ୍ତି ଯେ ଦିନକୁ ଦିନ ସାରା ବିଶ୍ୱରେ ଯେଉଁଭଳି ଭାବରେ ଉଷ୍ମତା ବଢ଼ିବାରେ ଲାଗିଛି ଏବଂ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ସେହି ଦୃଷ୍ଟିରୁ ସମାଜର ପ୍ରତିବ୍ୟକ୍ତି ବ୍ୟାପକ ମାତ୍ରାରେ ଗଛ ଲଗାଇବା କୁ ସେ ଆହ୍ୱାନ ଦେଇଥିଲେ l ଏହି ଅବସରରେ ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇ ରାସ୍ତା କଡରେ ୧୦୬ ଟି ବିଭିନ୍ନ କିସମର ଚାରା ରୋପଣ କରିଥିଲେ ତଥା ମୁଖ୍ୟ ଅତିଥି ଶ୍ରୀପୂଜାରୀଙ୍କ ଦ୍ୱାରା ଶତାଧିକ ଚାରା ବଣ୍ଟନ କରାଯାଇଥିଲା l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସକ୍ଷମର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ, ଦେଓକିରଣ ପଟ୍ଟନାୟକ, ଆରତୀ ଲତା ବରାଡ଼, ଲକ୍ଷ୍ମୀ ନାରାୟଣ ପଟେଲ, ଡାକ୍ତର ପ୍ରଭାସ ଦେବତା, ମନୋଜ ପଲସନିଆଁ, ରିକି ବେହେରା, ସାବିତା ନନ୍ଦ, ପର୍ଶୁରାମ ପଣ୍ଡା, ସତୀଶ ଦୋରା, ରିକନ ପଟ୍ଟନାୟକ, ବିକାଶ ଭୋଇ, ଶାଶ୍ୱତ ପାଢ଼ୀ, ଅନ୍ନପୂର୍ଣ୍ଣା ବାରିକ, ଶିତିକାନ୍ତି ମେସୁଆ, ସଞ୍ଜୟ ଷଡ଼ଙ୍ଗୀ, ପ୍ରବୀଣ ଦୀକ୍ଷିତ ଓ ସଞ୍ଜୟ ପଣ୍ଡାଙ୍କ ସହ ଟିମ ପ୍ଲାଣ୍ଟ ଆମ୍ବୁଲାନ୍ସ, ଉତ୍ସର୍ଗ, ଅନାମିକା କ୍ଲବ, ଗୁଡ଼େଶ୍ୱର ବାବା ମନ୍ଦିର କମିଟି ସଦସ୍ୟବୃନ୍ଦ ସାମିଲ ହୋଇଥିଲେ l

hiranchal ad1
Leave A Reply

Your email address will not be published.

4 × 4 =