ଚୋର କିଏ ଜାଣି ସୁଦ୍ଧା ପୋଲିସ ଧରିବାରେ ବିଫଳ

0 66

ଦାନଗଦୀ : ଦାନଗଦୀ ଅଞ୍ଚଳ ରେ ଦିନକୁ ଦିନ ଚୋରି, ଡକାୟତି, ମଦ, ଗଞ୍ଜେଇ ବେପାର ବୃଦ୍ଧି ପାଇବାରେ ଲାଗିଛି, ଏହିପରି ବହୁତ ଅଭିଯୋଗ ଦାନଗଦି ଫାଣ୍ଡିକୁ ଆସୁଛି, କିନ୍ତୁ ଏସବୁ ପ୍ରତି ଦାନଗଦି ପୋଲିସ ନିଷ୍କ୍ରିୟ ଥିବା ଅଭିଯୋଗ ହେଉଛି, ଅଭିଯୋଗ ମୁତାବକ ଗତ ୧୦ତାରିଖ ବିଳମ୍ବିତ ରାତିରେ ସୋଲେଇ ଗାଁ ର ସୁଦର୍ଶନ ଜେନା (୫୬) ଙ୍କର ଘର ପାଚେରୀ ଭିତରେ ଥିବା ୬୦ ଖଣ୍ଡରୁ ଉର୍ଦ୍ଧ ଲୁହା ପାଇପ ଚୋରି ହୋଇଯାଇଥିବାର ସେ ସକାଳୁ ଦେଖିଲେ, ଖୋଜାଖୋଜି କରି ଦାନଗଦି ବ୍ଲକ ପାଖରେ ଥିବା ବେହେରା ସାହି ରେ ଜଣଙ୍କ ଘର ପାଖରେ କିଛି ପାଇପ ପଡି ଥିବାର ଦେଖିବାକୁ ପାଇଲେ, ଯାହା ଘର ପାଖରେ ପଡିଥିଲା ତାକୁ ପଚାରିବାରୁ ସେ କହିଲା ଦାନଗଦି ଗାଁର ରବି ବରାଳ ଓ ତାଙ୍କ ପୁଅ ସୂର୍ଯ୍ୟ ବରାଳ ତାଙ୍କର ପିକଅପ ଗାଡି OD 39 S -3941 ରେ ସୋଲେଇ ଗାଁ ର ଗେରେଇ ହେମ୍ବ୍ରମ ଓ ରବି ହେମ୍ବ୍ରମ ଆଣି ଏଠାରେ ପକାଇଛନ୍ତି, ଏହାକୁ ଭିତ୍ତି କରି ସୁଦର୍ଶନ ଜେନା ସ୍ଥାନୀୟ ଦାନଗଦି ଫାଣ୍ଡିରେ ଏକ ଲିଖିତ ଏତଲା ଦେଲେ ଏବଂ ପୋଲିସ ର ନିର୍ଦ୍ଧେଶ ରେ ମାତ୍ର ୨୦ଖଣ୍ଡ ପାଇପ ଘରକୁ ନେଲେ, ଦୁର୍ଭାଗ୍ୟର କଥା ଆଜିକୁ ଗୋଟେ ସପ୍ତାହ ବିତିଯାଇଥିଲେ ମଧ୍ୟ ପୋଲିସ ନା ଏତଲା ପଞ୍ଜିକୃତ କରୁଛି, ଚୋର ଦିନ ଦି ପ୍ରହର ରେ ଆଖି ଆଗରେ ବୁଲୁଥିଲେ ମଧ୍ୟ୍ ଧରିବାରେ ନାଁ ନେଉନାହଁ, କି ଚୋରୀ ହୋଇଥିବା ବାକି ପାଇପ କିପରି ଏତଲାକାରୀଙ୍କୁ ମିଳିପାରିବ ତାହା ପ୍ରତି ଦୃଷ୍ଟି ଦେଉନାହିଁ, ଯଦି ସୁଦର୍ଶନ ଜେନାଙ୍କ ପରି ଜଣେ ଜଣାଶୁଣା ପ୍ରତିଷ୍ଠିତ ଭଦ୍ରବ୍ୟକ୍ତିଙ୍କ ଘରୁ ଚୋରୀ ହେଉଛି ପୁଣି ଆଖି ଆଗରେ ଫାଣ୍ଡି ସେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ଦାନଗଦି ପୋଲିସ ନିଷ୍କ୍ରିୟ ଓ ପାରିବା ପଣିଆ ଉପରେ ଅଭିଯୋଗ କରୁଛନ୍ତି ତାହେଲେ ସାଧାରଣ ଲୋକ ଏହି ଫାଣ୍ଡି ଅଧୀନରେ କଣ ନ୍ୟାୟ ପାଉଥିବେ ଏହି ଘଟଣା ରୁ ଜଣାପଡୁଛି,ଦାନଗଦି ପୋଲିସ ର ନିଷ୍କ୍ରିୟତା ପାଇଁ ଚୋର, ଖଣ୍ଟ, ଅସାମାଜିକ ଲୋକ ନିର୍ଭୟରେ ଛାତି ଫୁଲାଇ ଦାନଗଦି ଅଞ୍ଚଳରେ ଖୁଲୁମୁଖୁଲା ବୁଲୁଛନ୍ତି, ଯେଉଁଠି ପୋଲିସ ତଦନ୍ତ କରିବା କଥା କିନ୍ତୁ ଓଲଟା ଅଭିଯୋଗକାରୀ ଚୋର କେଉଁଠି, ଚୋରା ଗାଡି କେଉଁଠି ଖୋଜିକି ପୋଲିସ କୁ ଖବର ଦେଲା ପରେ ପୋଲିସ କାହିଁକି ନୀରବ, ନିଷ୍କ୍ରିୟ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ସାଧାରଣ ଲୋକ କିପରି ସୁରକ୍ଷା ଓ ନ୍ୟାୟ ପାଇ ପାରିବେ ତାକୁ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି I

hiranchal ad1
Leave A Reply

Your email address will not be published.

15 + sixteen =