ନିଜ ଖର୍ଚ୍ଚରେ ପୋଲ ନିର୍ମାଣ କଲେ ଗ୍ରାମବାସୀ

0 63

ଫୁଲବାଣୀ : ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ଟଙ୍କା ସବୁର ସତରେ ବିନିଯୋଗ ହୋଇପାରୁନାହିଁ। ଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ନାହିଁ ନଥିବା ଦୁର୍ଦଶା ଭୋଗୁଥିବା ଦେଖିବାକୁ ମିଲୁଛି। କିଛି ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ପ୍ରଶାସନ ଉପରେ ଭରଷା ନକରି “ଆପଣା ହାତ ଜଗନ୍ନାଥ” ନିତିରେ ନିଜ ଅଂଚଳର ସମସ୍ୟା ସୁଧାରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଂଚାୟତର ଡ଼ାଙ୍ଗଣାମୁ ଗ୍ରାମର କୁଜେଣ୍ଡି ନଦୀରେ I ଉପର ଡାଙ୍ଗଣାମୁ ଏବଂ ତଳ ଡାଙ୍ଗଣାମୁ ଗ୍ରାମର ଜନସାଧାରଣ ମିଶି ଏହି ନଦୀ ଉପରେ ପ୍ରତିବର୍ଷ ପୋଲ ନିର୍ମାଣ କରି ଆସୁଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ କୁଜେଣ୍ଡି ନଦୀର ଏପାରିରେ ପଞ୍ଚାୟତ କାର୍ଯ୍ୟାଳୟ ରହିଥିବା ବେଳେ ଆର ପାରିରେ ବୁରେଗିମାସ୍କା, ଲାକାସିର୍ପି, ପିଲିପଦର, ଭାତକୁର ଓ ମାନପଦର ଗ୍ରାମ ରହିଛି । ସବୁ ଗ୍ରାମର ଘର ସଂଖ୍ୟା ମିଶି ପାଖାପାଖି ୯୦ଘର ହେବ। ହେଲେ ଅନେକ ସମୟରେ ଏହିସବୁ ଗ୍ରାମରେ ବସବାସ କରୁଥିବା ଲୋକେ ପଞ୍ଚାୟତ କାର୍ଯ୍ୟପାଇଁ ନଦୀ ପାର ହୋଇ କି ଲୁଇସିଂ କୁ ଆସୁଥିବା ବେଳେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଏପାରିରେ ରହିଛି । ତେଣୁ ପ୍ରତିଦିନ ସେପାରିରେ ରହୁଥିବା ଜନସାଧାରଣ ଏପାରିକୁ ଯିବାଆସିବା କରିଥାନ୍ତି । ହେଲେ ନଦୀରେ ପୋଲ ନଥିବା ଯୋଗୁଁ ବର୍ଷା ଦିନ ଆସିଲେ ସେପାରିରେ ରହୁଥିବା ଜନସାଧାରଣ ନାହିଁନଥିବା ଅସୁବିଧା ଭୋଗୀଆସୁଛନ୍ତି I ଉଭୟ ଲୁଇସିଂ ଗ୍ରାମର ଜନସାଧାରଣ ପ୍ରତିବର୍ଷ ନଦୀ ଉପରେ ବାଉଁଶ ପୋଲ ତିଆରିକରି ଜନସାଧାରଣଙ୍କ ପାଇଁ ଯାତାୟାତର ବ୍ୟବସ୍ଥା କରୁଛନ୍ତି ହେଲେ ବର୍ଷକ ପରେ ତାହା ନଷ୍ଟ ହୋଇଯାଉଛି । ତେଣୁ ଅଞ୍ଚଳବାସି ଉକ୍ତ ନଦୀରେ ସ୍ଥାୟୀପୋଲ ଟିଏ ନିର୍ମାଣ ପାଇଁ ବାରମ୍ବାର ଦାବୀ କରୁଥିବା ସତ୍ୱେ ଏଯାଏ ଏହି ନଦୀରେ ସ୍ଥାୟୀ ପୋଲଟିଏ ନିର୍ମାଣ ହୋଇ ନଥିବାରୁ ସ୍ଥାନୀୟଲୋକେ କ୍ଷୋଭ ପ୍ରକାଶ କରିଛନ୍ତି । ଏନେଇ ସ୍ଥାନୀୟ ବିଡ଼ିଓଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ତଦନ୍ତ କଲାପରେ ହିଁ ପଦକ୍ଷେପ ନିଆଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ଆଞ୍ଚଳଟି ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଯାଏ ପ୍ରଶାସନର ନଜରକୁ ଆସିପାରିନି ଓ ନଦୀରେ ପୋଲ ନଥିବା ଯୋଗୁଁ ଅଞ୍ଚଳବାସୀ ବିଶେଷ କରି ବର୍ଷାଦିନ ମାନଙ୍କରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଯଥାଶୀଘ୍ର ଉକ୍ତନଦୀ ଉପରେ ପୋଲଟିଏ ନିର୍ମାଣ କରିବାକୁ ସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

4 × 2 =