ସମ୍ବଲପୁରୀ ଦିନକୁ ସରକାରୀ କ୍ୟାଲେଣ୍ଡରରେ ସ୍ଥାନ ପାଇଁ ଅନୁରୋଧ I

0 70

ସମ୍ବଲପୁର : ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟ ନାରାୟୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ପ୍ରଥମରେ ଏଠାରେ ପାଳିତ ରାଜ୍ଯସ୍ତରୀୟ ସମ୍ବଲପୁରୀ ଦିନ ପାଳନ ପାଇଁ ମୁଖ୍ଯମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ନିମନ୍ତ୍ରଣ କରାଯାଇଛି। ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ସଚିବାଳୟ ସ୍ଥିତ ତାଙ୍କ କାର୍ଯ୍ୟଲୟରେ ସାକ୍ଷାତକରି ସମ୍ବଲପୁରରେ ପାଳିତ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ, ଅତିଥି ଭାବେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିଲା। ଏହାସହ ମୁଖ୍ଯମନ୍ତ୍ରୀଙ୍କୁ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି ପରମ୍ପରା ଓ ଐତିହ୍ୟର ପ୍ରଚାର ପ୍ରସାର ଦିଗରେ ଅବଦାନ ବିଷୟରେ ଅବଗତ କରାଯାଇ ଥିଲା। ସମ୍ବଲପୁର ସ୍ଥିତ ଗୁରୁଶ୍ରୀ ସତ୍ଯ ନାରାୟଣ ଉଦ୍ୟାନରେ ଗୁରୁଶ୍ରୀ ସତ୍ଯ ନାରାୟଣ ସମ୍ବଲପୁରୀ ଐତିହ୍ୟ କେନ୍ଦ୍ର ନିର୍ମାଣ କରିବା ପାଇଁ ମଧ୍ୟ ତାଙ୍କୁ ଅନୁରୋଧ କରାଯାଇଥିଲା । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ, ସଂସ୍କୃତି ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ, ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ସ୍ଥାନୀୟ ରେଙ୍ଗାଲିର ପୁର୍ବତନ ବିଧାୟକ ନାଉରୀ ନାୟକ ପ୍ରମୁଖଙ୍କୁ ଭେଟି ସମ୍ବଲପୁରୀ ଦିନ ଅତିଥି ଭାବରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇ ଥିଲା । ଏଠାରେ ସୁଚନା ଯୋଗ୍ୟ ଯେ, ଗୁରୁଶ୍ରୀ ବହିଦାରଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ୨୦୧୩ରୁ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ ପାଳନ ଆରମ୍ଭ ହୋଇଥିଲା। ବିଗତ ୧୧ ବର୍ଷ ମଧ୍ୟରେ ଦେଶ ଓ ଦେଶ ବାହାରେ ମଧ୍ୟ ସମ୍ବଲପରୀ ଦିନ ବେଶ ଲୋକପ୍ରିୟତା ହାସିଲ କରି ପାରିଛି। ସମ୍ବଲପୁରରେ ଏଣୁ ରାଜ୍ଯ ସ୍ତରୀୟ ସମ୍ବଲପୁରୀ ଦିନ ମହାସମାରୋହରେ ପାଲିତ ହେଉଥିବା ବେଲେ ଚଲିତ ବର୍ଷ ଏହି ଅବସରରେ ଗୁରୁଶ୍ରୀ ବହିଦାରଙ୍କର ପ୍ରତିମୁର୍ତ୍ତି ସ୍ଥାପନ କରାଯିବାର ଯୋଜନା ରହିଛି । ପଶ୍ଚିମାଞ୍ଚଲ ଏକତା ମଞ୍ଚର ଆବାହକ ଭବାନୀଶ ଭୋଇ, ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ସଂଗଠନ ସଂଯୋଜକ ସୁବୋଧ କୁମାର ଦୋରା ପ୍ରମୁଖ ଅତିଥି ମାନଙ୍କୁ ଭେଟି ନିମନ୍ତ୍ରଣ କରିବା ସହ ସମ୍ବଲପୁରୀ ଭାଷା ସଂସ୍କୃତିର ସୁରକ୍ଷା ସହ ଗୁରୁଶ୍ରୀ ସତ୍ଯ ନାରାୟଣ ବହିଦାରଙ୍କ ସ୍ମୃତିର ସୁରକ୍ଷା ପାଇଁ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

four × 4 =