ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ମୃତକଙ୍କ ପରିବାର

0 80

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ବାଦୀକଟା ଗ୍ରାମର ବାଳକୃଷ୍ଣ ମହାକୁଡ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ପାଇଁ ବୌଦ୍ଧ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତକଙ୍କ ପରିବାର l ଗତ ମେ ମାସ ୩୧ ତାରିଖ ଦିନ ରାତିରେ ବାଦୀକଟା ଗ୍ରାମର ବାଳକୃଷ୍ଣ ମହାକୁଡଙ୍କୁ ପେଟରେ ଛୁରୀ ଭୁଷି ବିଭତ୍ସ ଭାବରେ ହତ୍ୟା କରି ଟଙ୍କା ଓ ସୁନା ଆଦି ମୂଲ୍ୟବାନ ସାମଗ୍ରୀ ଦୁର୍ବୃତ୍ତ ମାନେ ନେଇ ଯାଇଥିଲେ l ବାଳକୃଷ୍ଣଙ୍କୁ ପ୍ରଥମେ ବାଉଁଶୁଣୀ ତାପରେ ସୋନପୁର ଓ ଶେଷରେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରା ଯାଇଥିବା ବେଳେ ସେ ମୃତ୍ୟୁବରଣ କରିଥିଲେ | ପ୍ରାୟ ଦେଢ ମାସ ବିତି ଯାଇଥିଲେ ମଧ୍ୟ ବାଉଁଶୁଣୀ ପୋଲିସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିପାରି ନାହିଁ | ତେଣୁ ଶୀଘ୍ର ଦୋଷୀକୁ ଧରି ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଧବା ପତ୍ନୀ ଓ ପୁଅ, ୯୦ ବର୍ଷୀୟା ବୃଦ୍ଧା ମା ଓ ଭାଈ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ l ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |

hiranchal ad1
Leave A Reply

Your email address will not be published.

one × 2 =