ମୁହାଁ ମୁହିଁ କାର୍ ଓ ପିକପ୍ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0 41

ନୟାଗଡ଼ : ଜାତୀୟ ରାଜପଥ ଉପରେ ଘଟିଛି ଦୁର୍ଘଟଣା। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଠାରେ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଏକ କାର ଓ ପିକପ୍ ଗାଡି ମୁହାଁ ମୁହିଁ ଧକ୍କା ହୋଇଛି । ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ରାୟପୁର୍ ଯାଉଥିବା ଏକ କାର ( 0D 02BL 3055 ) ଟି ସୋରଡ଼ା ଠାରେ ଦଶପଲ୍ଲାରୁ କଟକ ଯାଉଥିବା ଏକ ପିକପ୍ ଭ୍ୟାନ୍ ( OD 05A 9623 ) ସହ ମୁହାଁ ମୁହିଁ ଧକ୍କା ହୋଇଛି।କାର ଚାଳକଙ୍କ ଅଖିଲାଗିଯିବାରୁ ଏହି ଦୃଘଟଣା ଘଟିଛି I କାରଟି ଜଣେ ଡାକ୍ତରଙ୍କର ଥିଲା, ସେ ନିଜେ କ୍ଲିନିକକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। କାରରେ ଡାକ୍ତରଙ୍କ ସହ ଜଣେ ମହିଳା ମଧ୍ୟ ଥିଲେ I ସାମ୍ନାସାମନି ଧକାହେବାରୁ ଗାଡ଼ିରେ ଥିବା ବେଲୁନ ଦୁଇଜଣଙ୍କୁ ସୁରକ୍ଷା ଦେଇଥିବାରୁ ସାମାନ୍ୟ ଆହତ ହୋଇଥିଲେ I ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ଦୁର୍ଘଟଣାରେ କାହାର ବିଶେଷ କ୍ଷୟ କ୍ଷତି ଘଟି ନାହିଁ । ଘଟଣା ସ୍ଥଳରେ ନୂଆଗାଁ ଥାନା ଅଧିକାରୀ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ଥାନାକୁ ନେବା ସହ ଏକ ମାମଲା ରୁଜୁ କରି ଘଟଣାକୁ ତଦନ୍ତ ପରିସରଭୁକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nine + fourteen =