ଦାବିପତ୍ର ଦେଲେ ବୃତ୍ତଙ୍ଗ ବିସ୍ଥାପିତ ସଂଗ୍ରାମ ସମିତି

0 256

ଦଶପଲ୍ଲା : – ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତରେ ବୃତଙ୍ଗ ନଦୀ ଉପରେ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପକୁ ଦ୍ଵିତୀୟ ପର୍ୟ୍ୟାୟର ପରିବେଶ ମଞ୍ଜୁରୀ ମିଳିଥିବା ବେଳେ, ବୁଡି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ହରିଜନ ଜନସାଧାରଣ, ମୂଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ I ବୃତ୍ତଙ୍ଗ ବିସ୍ଥାପିତ ମଞ୍ଚର ସଭାପତି ସତ୍ୟ ନାରାୟଣ ସାହୁ, ସମ୍ପାଦକ ଗୋବିନ୍ଦ ନାୟକ, ଦିଲ୍ଲୀପ ସାହୁ, ଚରଣ ମାଝି, ପ୍ରଫୁଲ୍ଲ କୁମାର ନାୟକ, ସୁଦର୍ଶନ ପୃଷ୍ଟି, ବରୁଣ ନାୟକ, ଅନିଲି ସାହାଣୀ, ବିଦ୍ୟା ଧର ମଲ୍ଲିକ, ପ୍ରତାପ ନାୟକ, ଦୟାନିଧି ଭୋଇ, କିଶୋରୀ ନାୟକ, ଶାନ୍ତନୁ ନାୟକ, ଦଶପଲ୍ଲାର ଭାଜପା ନେତା ରାଘବ ମଲ୍ଲିକ ନେତୃତ୍ଵରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦରଖାସ୍ତ ପ୍ରଦାନ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶୃତୀ ଦେଇ କହିଲେ ଯେ , ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ବିସ୍ଥାପିତ ସଙ୍ଗଠନକୁ ନେଇ ଆଲୋଚନା କରାଯିବ ଏବଂ ସମ୍ପୂର୍ଣ ଥଇଥାନ ପ୍ୟାକେଜ ଘୋଷଣା କରାଯାଇ ବୃତଙ୍ଗ ନଦୀବନ୍ଧ ନିର୍ମାଣ କାର୍ୟ୍ୟ ଆରମ୍ଭ କରାଯିବ।

hiranchal ad1
Leave A Reply

Your email address will not be published.

one × four =