ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, କଣ୍ଟେନର ଚାଳକ ମୃତ

0 49

ସମ୍ବଲପୁର : ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡରମା ଘାଟି ମଝିରେ ଆଜି ବିଳମ୍ବିତ ରାତି ପ୍ରତ୍ୟୁଷ ସାଢ଼େ ୨ଟା ସମୟରେ ଘଟିଛି ସଡକ ଦୂର୍ଘଟଣା। ଗୋଟିଏ ଟ୍ରେଲର ସହ ଅନ୍ୟ ପାର୍ଶ୍ୱରୁ ଆସୁଥିବା ଏକ କଣ୍ଟେନର ସହ ମୁହାଁମୁହିଁ ଧକ୍କା ହେବା ଫଳରେ କଣ୍ଟେନର ଚାଲକ ମହାରାଷ୍ଟ୍ର ବୁଲଡାନାର ଶାହରୁଖ ଜେ ସାହା (୨୫) ଙ୍କ ଘଟଣା ସ୍ଥଳରେ ମୃତ୍ୟୁଘଟିଛି। ଏହି ଦୂର୍ଘଟଣା ଖବର ମିଳିବା ପରେ ଉଭୟ ଜମନକିରା ପୋଲିସ ଓ ଅଗ୍ନିସେବା ଶ୍ରମ ଅଧିକାରୀ ସଦଳବଳେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ମୃତ ଚାଳକକୁ ଦୁଇଟି କ୍ରେନ୍ ସାହାଯ୍ୟରେ ଟ୍ରକ୍କୁ ଅଲଗା କରି ଉଦ୍ଧାର କରାଯାଇଥିବା ବେଳେ ଦୂର୍ଘଟଣା ଗ୍ରସ୍ତ ଉଭୟ ଗାଡିକୁ ରାସ୍ତାରୁ ହଟାଇ ରାସ୍ତାକୁ ମୁକ୍ତ କରିବାକୁ ଉଦ୍ୟମ କରିଥିଲେ। ଏନେଇ ଜମନକିରା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ଆଜି ଭୋର୍ ସାଢେ଼ ୨ଟା ସମୟ ପାଖାପାଖି ଏକ ଟ୍ରେଲର (ଆର ଯେ ୦୬ କିଏ ୮୨୬୫) ସହ ଅନ୍ୟ ଏକ କଣ୍ଟେନର ( ଏନଏଲ ୦୧ ଏ ଏଫ୍ ୧୪୮୩) ବଡରମା ଘାଟି ମଝିରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ କଣ୍ଟେନର ଚାଳକ ସାହରୁଖର ମୃତ୍ୟୁ ହୋଇଥିଲା। ପୋଲିସ ପରିବାର ଲୋକଙ୍କୁ ଖବର ଦେଇ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନାକୁ ପଠେଇଥିବା ନେଇ ଥାନା ଅଧିକାରୀ ଜଣାଇବା ସହିତ ଘଟଣାର ତଦନ୍ତ କରୁଥିବା ନେଇ ସୂଚନା ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

2 × 1 =