ଅଳ୍ପକେ ରକ୍ଷା ପାଇଗଲା ବାସଗୃହ

0 263

ଆଜି ଅପରାହ୍ନ ୨ ଘଟିକା ସମୟରେ ଦଶପଲ୍ଲା ବ୍ଲକ୍ ବୁଗୁଡା ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟ ପରିସରରେ ଥିବା ଏକ ବିରାଟ ଆମ୍ବଗଛ ଲଗାଣ ବର୍ଷା ଫଳରେ ଉପୁଡି ପଡିବା ଯୋଗୁଁ ବୁଗୁଡା ବାଙ୍କତଇଳା ରାସ୍ତା ଅବରୋଧ ହେବା ସହିତ, ମାନସ କୁମାର ସାହୁଙ୍କ ବାସଗୃହ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଗଛ ପଡିବା ଯୋଗୁଁ ବିଦ୍ୟାଳୟର ପାଚେରି ଭାଙ୍ଗିଯିବା ସହିତ ବୁଗୁଡା, ବାଙ୍କତଇଳା, ଶିମିଳିସାହି, ଘାଟିଆମୁଣ୍ଡା, ମଣ୍ଡୁଳି, ମଞ୍ଜାରି ପ୍ରଭୃତି ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଗ୍ରାମବାସୀଙ୍କ ଠାରୁ ଖବର ପାଇ ଦଶପଲ୍ଲା ଅଗ୍ନିଶମ ବାହିନୀ ଗଛକାଟି ରାସ୍ତା ସଫା କରିଥିଲେ ।

hiranchal ad1
Leave A Reply

Your email address will not be published.

18 − 11 =