ନୂଆପଡ଼ା ଏ.ଏନ.ଏମ. ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ

0 17

ନୂଆପଡ଼ା : ଖଡିଆଳ ଗାନ୍ଧୀ ନଗର ଠାରେ ଥିବା ଏ.ଏନ.ଏମ. ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ସହ ମହିଳା ସ୍ବାସ୍ଥ୍ୟ କର୍ମୀ, ଆଶା ମାନେ ଯୋଗ ଦେଇ ଦାୟିତ୍ବ ନିର୍ବାହ କରିଛନ୍ତି। ଏହି କେନ୍ଦ୍ରଟି ବିପର୍ଯ୍ୟୟ ଅବସ୍ଥାରେ ପଡ଼ିଥିବା ବେଳେ ସମସ୍ତ କାର୍ଯ୍ୟ ପୁରାତନ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରେ ପରିଚାଳିତ ହେଉଥିଲା। ଏ ଏନ ଏମ ସ୍ବାସ୍ଥ୍ୟ କର୍ମୀ ଅଞ୍ଜୁମ ବେଗମ, ନମିତା ନନ୍ଦା ଯୋଗ ଦେଇ ନିଜ କାର୍ଯ୍ୟ ସମ୍ପାଦନ କରୁଥିଲେ। ୧୩ ଗୋଟି ୱାର୍ଡର ଆଶା ଯୋଗ ଦେଇ ଏହି କେନ୍ଦ୍ର ପରିସର ମଧ୍ୟରେ ଗର୍ଭବତୀ ମାଁ, ନବଜାତ ଶିଶୁ, କିଶୋରୀ, ଟିକାକରଣ, ମାସିକ ସ୍ବାସ୍ଥ୍ୟ ପରୀକ୍ଷା, ଭଳି ଅନେକ କାର୍ଯ୍ୟ କରି ସମସ୍ତ ସଚେତନ ଏବଂ ପ୍ରତିଷେଧକ ଟିକା ପ୍ରଦାନ କରିଛନ୍ତି। ଏ ଏନ ଏମ କେନ୍ଦ୍ର ରେ ନୀୟମିତ କାର୍ଯ୍ୟ କରିବା ସହ ସ୍ବାସ୍ଥ୍ୟ ସେବା ଯୋଗାଣରେ ଅନେକ ସହାୟକ ହେବ। ୱାର୍ଡ ନମ୍ୱର୍ ୭ ହରିପ୍ରିୟା ବାରିକ, ୱାର୍ଡ ୪ ତିଳୋତ୍ତମା ସୁନାନି, ୱାର୍ଡ ନମ୍ୱର୍ ୩ ତପଶ୍ୱନୀ ପଣ୍ଡା, ୱାର୍ଡ ନମ୍ୱର୍ ୧୨ ସନ୍ତୋଷିନି ନାଏକ, ୱାର୍ଡ ନମ୍ୱର୍ ୯ ଶାନ୍ତି ବାଗ, ୱାର୍ଡ ନମ୍ୱର୍ ୧୩ ସଂଧ୍ୟା ବାଘେଲ, ୱାର୍ଡ ନମ୍ୱର୍ ୧୧ ଜେମାଦେଇ ଶବର, ୱାର୍ଡ ନମ୍ୱର୍ ୧ ଗୀତାଞ୍ଜଳୀ ହଂସ ଆଶା ଦିଦି ମାନେ ଯୋଗଦେଇଛନ୍ତି I

hiranchal ad1
Leave A Reply

Your email address will not be published.

5 × five =