ନିର୍ବାଚନ ସତ୍ୟପାଠକୁ ନେଇ ବିଧାୟକ ଶାରଦା ନାୟକଙ୍କୁ ନୋଟିସ

0 48

କଟକ : ନିର୍ବାଚନରେ ବିଜୟ ଲାଭ କରୁଥିବା ରାଉଲକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଏବେ ଅଡ଼ୁଆରେ। ତାଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ। ଅଭିଯୋଗ କରିଛନ୍ତି ଏନ୍ ସି ପି ପ୍ରାର୍ଥୀ ରାଜକୁମାର ଯାଦବ। ନିର୍ବାଚନ ସମୟରେ ସତ୍ୟପାଠ ଦାଖଲରେ ଥିବା ତଥ୍ୟ ଭୁଲକୁ ନେଇ ଉଚ୍ଚ ନ୍ୟାୟାଳୟ ମାମଲା ରୁଜୁ କରିଛନ୍ତି ଏନ୍ ସି ପି ନେତା। ନିର୍ବାଚନ ସରିବା ପରେ ରାଉଲକେଲା ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ସତ୍ୟପାଠକୁ ନେଇ ୧୦ ଜୁନ୍ ରେ ଏନ୍ ସି ପି ନେତା ରାଜକୁମାର ଯାଦବ ଉଚ୍ଚ ନ୍ୟାୟାଳୟରେ ଏକ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗରେ ଦର୍ଶାଇ ଥିଲେଯେ ଶାରଦା ପ୍ରସାଦ ନାୟକ ତାଙ୍କ ସତ୍ୟପାଠରେ ତାଙ୍କ ସମ୍ପତ୍ତି ବିବରଣୀ ଓ ତାଙ୍କ ନାଁରେ ଥିବା ଅପରାଧିକ ମାମଲା ସଠିକ ତଥ୍ୟ ପ୍ରଦାନ କରି ନଥିଲେ। ଏହାକୁ ନେଇ ଆଜି ଉଚ୍ଚ ନ୍ୟାୟାଳୟରେ ଏହି ଆବେଦନଟିକୁ ଗ୍ରହଣ କରିବା ସହ ରାଉଲକେଲା ବିଧାୟକ ଶାରଦା ପ୍ରସାଦ ନାୟକଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି। ଏହି ନୋଟିସରେ ୨୭ ଅଗଷ୍ଟକୁ ଶାରଦା ପ୍ରସାଦ ନିଜ ଜବାବ ରଖିବେ ଓ ଏହା ପରେ ଏହି କେସଟି ଆଗକୁ ଯିବ ବୋଲି ମତବ୍ୟକ୍ତ କରିଛନ୍ତି ଏନ୍ ସି ପି ନେତା ରାଜକୁମାର ଯାଦବଙ୍କ ଆଡ଼ଭୋକେଟ ତଥା ଯୁବ ଆଇନଜୀବୀ କଳିଙ୍ଗ କେଶରୀ ମହାପାତ୍ର।

hiranchal ad1
Leave A Reply

Your email address will not be published.

one × 1 =