ଦୁର୍ଦ୍ଦିନରେ କୁଆଁରୀଆ ବିସ୍ଥାପିତ ଦୁର୍ଯୋଧନ

0 123

ଦଶପଲ୍ଲା : ମୁଣ୍ଡ ଗୁଞ୍ଜିବାକୁ ନା ଅଛି ଘର ନା ଖାଇବାକୁ ଅଛି ଆହାର। ଶେଷରେ ଦୁର୍ଘଟଣାରେ ଚାଲିଗଲା ଗୋଡ଼। ଗୋଡ଼ ହରାଇ, ବାସସ୍ଥାନ ହରାଇ ଶେଷରେ ବାସ ଚ୍ୟୁତ ହୋଇଗଲେ ଦୁର୍ଯ୍ୟଧନ। ଏବେ ଘରକୁ ଅଛି ନା ବିଦ୍ୟୁତ୍ ସେବା, ନା ପକ୍କାଘର ନା ଖାଇବାକୁ ଆହାର। ଶେଷରେ କଣ୍ଢେଇ ଧରାଇ ଭଣ୍ଡାଇ ଦେଲେ ସରକାର। ଏମିତି କିଛି ଅଭିଯୋଗ କରିଛନ୍ତି ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଞ୍ଚାୟତର ବୁଗୁଡ଼ା ନିକଟରେଏକ ଜଙ୍ଗଲ ଭିତରେ ରହୁଥିବା ଦୁର୍ଯ୍ୟଧନ ଜାନୀ। କଥାରେ ଅଛି କପାଳ ଲିଖନ କି କରିବ ଆନ, ଯାହା ଭାଗ୍ୟରେ ଲେଖା ତାକୁ ପାରିବ କିଏ ବଦଳାଇବ। କୁଆଁରୀଆ ଜଳଭଣ୍ଡାର ପ୍ରକଳ୍ପରେ ଘର, ଜମି ଚାଲିଗଲା ପରେ ଏବେ ଦିଗହରା ହୋଇ ପଡିଛନ୍ତି ଦୁର୍ଯ୍ୟଧନଙ୍କ ପରିବାର। ଉଚିତ୍ କ୍ଷତିପୂରଣ ଓ ଥଇଥାନ ପାଇଁ ବିଭିନ୍ନ ପ୍ରତିଶ୍ରୁତି ପାଇଥିଲେ ସୁଦ୍ଧା ଏଯାବତ୍ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା , ସରକାରୀ ସହାୟତା ନପାଇ ଟାକରା ଗ୍ରାମ ପଞ୍ଚାୟତର ବୁଗୁଡ଼ା ନିକଟରେ ଏକ ଲଟିବୁଦା ମଧ୍ୟରେ କୁଡ଼ିଆ କରି ପଡ଼ି ରହିଛନ୍ତି ଦୁର୍ଯ୍ୟଧନ। ୭୦ ପ୍ରତିଶତ ଅକ୍ଷମତା କାରଣରୁ ନା ମୁଲ ମଜୁରୀ କରି ପେଟ ପୋଷି ପାରୁଛନ୍ତି, ନା ବସଚ୍ୟୁତ ହୋଇ କିଛି ସରକାରୀ ସହାୟତା ପାଇଛନ୍ତି। ଏ ସମ୍ପର୍କରେ ସରକାରୀ ସ୍ତରରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଦୁର୍ଯ୍ୟଧନଙ୍କ ପାଇଁ ଫଳସୁନ ହୋଇଛି। କୁଆଁରୀଆରେ ବାସଚ୍ୟୁତ ହେବା ପରେ ସରକାରଙ୍କ ଠାରୁ ସହାୟତା କହିଲେ ଏକ ଅସ୍ଥାୟୀ ପଟା ମିଳିଥିଲା ଯାହା ଏକ ଘରପୋଡ଼ିରେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ତେବେ ବର୍ତ୍ତମାନ ବୁଗୁଡ଼ା ଜଙ୍ଗଲ ମଧ୍ୟରେ ଦୁର୍ଯ୍ୟୋଧନ ରହୁଥିବା ସ୍ଥାନଟି ମଧ୍ୟ ରେଳ ପ୍ରକଳ୍ପରେ ଚାଲି ଯାଉଥିବା ବେଳେ ଦିଗହରା ଓ ଧର୍ଯ୍ୟହରା ହୋଇ ପଡିଛନ୍ତି ଦୁର୍ଯ୍ୟଧନ ଓ ତାଙ୍କ ପରିବାର।

hiranchal ad1
Leave A Reply

Your email address will not be published.

twenty − 14 =