୬ କିଲୋମିଟର ଖଟିଆରେ ବୁହା ହେଲେ

0 13

ବାଲିଗୁଡ଼ା : ଲଗାଣ ବର୍ଷାରେ ରାସ୍ତା ଖରାପ ଯୋଗୁଁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଏକ ଦଉଡ଼ିଆ ଖଟରେ ୬ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ ପରିବାର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ଭଣ୍ଡରଙ୍ଗି ପଞ୍ଚାୟତରେ। ସୂଚନା ଅନୁଯାୟୀ ଅଞ୍ଚଳରେ ତୁମୁଡ଼ିବନ୍ଧ ବ୍ଲକ୍ ଭଣ୍ଡାରଙ୍ଗି ପଞ୍ଚାୟତର ମାସ୍କାଗୁଡ଼ା ଗ୍ରାମର କୁମାରୀ ମାଝି(୨୨)ଙ୍କୁ ଗତକାଲି ସକାଳ ପ୍ରାୟ ୯ଘଣ୍ଟା ସମୟରେ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା। ସ୍ୱାମୀ ପବିତ୍ର ମାଝୀ ଆଶାକର୍ମୀ ଶାନ୍ତି ପାତ୍ରଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବରପାଇ ଆଶାଦିଦି ସଙ୍ଗେ ସଙ୍ଗେ ୧୦୮ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ମାସ୍କାଗୁଡ଼ା ଗ୍ରାମକୁ ଯାଇନପାରି ପ୍ରାୟ ୬ କିଲୋମିଟର ଦୂରରେ ଅଟକି ଯାଇଥିଲା। ଫଳରେ ପବିତ୍ର ମାଝୀ ନଜି ଭାଉଜ ଓ ୨ଜଣ ସମ୍ପର୍କୀୟ ମହିଳାଙ୍କ ସାହାଯ୍ୟରେ ଦଉଡ଼ିଆ ଖଟରେ ଭାରକରି ବଡ଼ କଷ୍ଟରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ କୁମାରୀ ମାଝୀଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ କୁମାରୀ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଉଭୟ ମା ଓ ଶିଶୁର ସୁସ୍ଥ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଭଣ୍ଡରଙ୍ଗି ଗ୍ରାମ ପଞ୍ଚାୟତ ମାଓପ୍ରବଣ ଅଞ୍ଚଳ ହୋଇଥିବା ବେଳେ ପ୍ରଶାସନିକ ଅବହେଳା କାରଣରୁ ଅଞ୍ଚଳର ବିକାଶ ହୋଇପାରିନାହିଁ । ଯାହା ଫଳରେ ବିଭିନ୍ନ ସମୟରେ ଅଞ୍ଚଳବାସୀ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଅଞ୍ଚଳର ସମସ୍ୟା ଦୁର କରିବା ଦିଗରେ ପଦକ୍ଷେପ ନେବା ଜରୁରୀ।

hiranchal ad1
Leave A Reply

Your email address will not be published.

one × three =