ରେଲୱେ ଫ୍ଲାଏଓଭର ପାଇଁ ହନ୍ତସନ୍ତ ସାଧାରଣ ଲୋକେ

0 27

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲିଠୁ ସ୍ୱପ୍ନେ ସେତୁ ପର୍ଯ୍ୟନ୍ତ ରାସ୍ତା କାମ ସରିଲାଣି l ଅଥଚ ରେଙ୍ଗାଲି ରେଲୱେ ଫ୍ଲାଏଓଭର ନହେବାରୁ ସାଧାରଣ ଲୋକେ ଗଲା ବେଳେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି l ସବୁଜାଣିଶୁଣି ପ୍ରଶାସନ ନିରବ ପାଲଟୁଛି l ସାଧାରଣ ଲୋକଙ୍କ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି l ସମ୍ବଲପୁର ରେଙ୍ଗାଲିଠୁ ସ୍ୱପ୍ନେ ସେତୁ ସଂଯୋଗ କରୁଥିବା ରେଙ୍ଗାଲି ରେଲୱେ ଫାଟକର ଦୃଶ୍ୟ ଅଟେ l ପ୍ରତିଦିନ ଲୋକେ ଘଣ୍ଟା ଘଣ୍ଟା ସମୟ ଧରି ଅପେକ୍ଷା କରିଥାନ୍ତି ରାସ୍ତା ପାର ହେବାପାଇଁ l ରେଙ୍ଗାଲିଠୁ ସ୍ୱପ୍ନେ ସେତୁ ପର୍ଯ୍ୟନ୍ତ ରାସ୍ତାକାମ ପାଖା ପାଖି ସରିଗଲାଣି ଅଥଚ ରେଲୱେ ଓଭରବ୍ରିଜ ପାଇଁ ହେଉଛନ୍ତି ଲୋକେ ହନ୍ତସନ୍ତ l ଅନ୍ୟ ପକ୍ଷେ ବାରମ୍ବାର ପ୍ରଶାସନକୁ ଗୁହାରୀ କଲେ ମଧ୍ୟ ପ୍ରଶାସନ ସବୁଜାଣିଶୁଣି ନିରବ ରହୁଛି ବୋଲି ଲୋକେ ମତ ପ୍ରକାଶ କରୁଛନ୍ତି l ସବୁଠୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାସ୍ତା ଦେଇ ବିଡିଓ, ତହସିଲଦାର, ଜିଲ୍ଲାପାଳ ବଡ଼ବଡ଼ ବାବୁ ବାବୁଆଣୀ ମାନେ ଯିବା ଆସିବା କରୁଛନ୍ତି l ଏହି ରାସ୍ତା ହେଲା ରେଙ୍ଗାଲିର ମୁଖ୍ୟ ଫାଟକ ରାସ୍ତା, ଫଳରେ ଏହି ରାସ୍ତା ଦେଇ ବଡ଼ବଡ଼ ଗାଡି ଯାଇଥାଏ I ଜାହାଫଳରେ ଫାଟକ ଖୋଲିଲେ ମଧ୍ୟ, ଟ୍ରାଫିକ ସମସ୍ୟା ଏକ ବଡ଼ ସମସ୍ୟା ଦେଖା ଦେଇଥାଏ l ଯାହାର ଗରୁତ୍ବପୂର୍ଣ୍ଣ କାମ ଅଚ୍ଛି, ଯଦି ଫାଟକ ପଡିଲା ତାହେଲେ ତାର ଚିନ୍ତା ବଡ଼ିଲା l କିନ୍ତୁ ସାଧାରଣ ଲୋକେ ପ୍ରଶାସନକୁ ଯେତେ ଗୁହାରି କଲେ ସୁଦ୍ଧା ପ୍ରଶାସନ ଶୁଣୁନି l ପ୍ରତିଦିନ ଏହି ରାସ୍ତାରେ ସ୍କୁଲ ଛୁଆଠୁ ଆରମ୍ଭ କରି ଆମ୍ବୁଲାନ୍ସ,, ପୋଲିସ ଗାଡି ମଧ୍ୟ ବିଭିନ୍ନ ସମୟରେ ଅଟକି ରହିଥାଏ l ଅନେକ ଗୁରୁତର ରୋଗୀ ଠିକସମୟରେ ଯାଇ ପାରୁନଥିବାରୁ ଜୀବନ ମଧ୍ୟ ଗଲାଣି ତଥାପି ପ୍ରଶାସନ ସବୁଜାଣିଶୁଣି ନିରବ ରହୁଛି ବୋଲି ଲୋକେ ମତ ପ୍ରକାଶ କରୁଛନ୍ତି l ସବୁଠୁ ବଡ଼କଥା ହେଲା ସ୍ୱପ୍ନେ ସେତୁକୁ ଯିବାପାଇଁ ଏକମାତ୍ର ରାସ୍ତା ରେଙ୍ଗାଲିଠୁ ସ୍ୱପ୍ନେ ବ୍ରିଜ଼ ଦେଇ ଝାରସୁଗୁଡା, ଛତିଶଗଡ ରାଇଗଡ଼ ପର୍ଯ୍ୟନ୍ତ ଲମ୍ବିଛି l ହେଲେ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ ଲୋକେ ସବୁବେଳେ ହନ୍ତସନ୍ତ ହେଉଛନ୍ତି l ଏହାର ସ୍ଥାୟୀ ସମାଧାନକୁ ନେଇ ପ୍ରଶାସନକୁ ଅପେକ୍ଷା I

hiranchal ad1
Leave A Reply

Your email address will not be published.

two × 5 =