ବ୍ଲକ କାର୍ଯ୍ୟାଳୟରେ ପଶି ଗୁଣ୍ଡାଗରଦୀ

0 41

ବାରକୋଟ : ବାରକୋଟ ବ୍ଲକରେ କାର୍ଯ୍ୟରତ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ ମାଝିଙ୍କୁ ଗତକାଲି ବ୍ଲକ କାର୍ଯ୍ୟାଳୟରେ ବାରକୋଟ ବ୍ଲକର ଅଧ୍ୟକ୍ଷାଙ୍କ ସ୍ବାମୀ ଅସଦାଚରଣ କରିବା ସହିତ ଧକ୍କା ମାରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମାଝି ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ବାରକୋଟ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମାଝି ସଂଧ୍ୟା ସମୟରେ ବ୍ଲକରେ କାମ କରୁଥିବା ସମୟରେ ବାରକୋଟ ବ୍ଲକର ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାତ୍ରଙ୍କ ସ୍ବାମୀ ତନୁଚନ୍ଦ୍ର ପାତ୍ର କୌଣସି ଏକ କାର୍ଯ୍ୟ ପାଇଁ ଶ୍ରୀ ମାଝିଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହିତ ଧକ୍କା ମଧ୍ୟ ମାରିଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣା ପରେ ଶ୍ରୀ ପାତ୍ର ତାଙ୍କର ବୋଲେରୋ ଗାଡିକୁ ନେଇ ବାରକୋଟ ବ୍ଲକର ମୁଖ୍ୟ ଫାଟକରେ ରଖିବା ଫଳରେ ବ୍ଲକ କର୍ତ୍ତୁପକ୍ଷ ତଥା ବିଭିନ୍ନ ଲୋକ ଯିବା ଆସିବା କରିପାରିନଥିଲେ। ଖବରପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଉକ୍ତ ଘଟଣା ଆଜି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲିଟିଛି। ଏ ସଂମ୍ପର୍କରେ ବାରକୋଟ ବିଡିଓ ସ୍ମୃତିରଞ୍ଜନ ସାହୁଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଘଟଣା ସମ୍ପର୍କରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ପ୍ରକାଶ କରିଥିଲେ। ଅନ୍ୟପଟେ ବାରକୋଟ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ଶ୍ରୀ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ଘଟଣାକୁ ଅସ୍ବକୀର କରିବା ସହିତ ତାଙ୍କର ଗାଡି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବାରକୋଟ ବ୍ଲକ ଫାଟକ ସମ୍ମୁଖରେ ଅଟକି ଯାଇଥିବା ପ୍ରକାଶ କରିଥିଲେ I

hiranchal ad1
Leave A Reply

Your email address will not be published.

eighteen + nineteen =