କେରଳ ଭୂସ୍ଖଳନରେ ଓଡ଼ିଶାର ୨ ଜଣ ଡାକ୍ତର ନିଖୋଜ

0 21

ବ୍ରହ୍ମପୁର : କେରଳରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଲାଗିଛି। ତନ୍ମଧ୍ୟରୁ ଓଡ଼ିଶାର ଦୁଇ ଓଡ଼ିଆ ଡାକ୍ତର ନିଖୋଜ ଥିବା ସୂଚନା ମିଳିଛି। ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ଡାକ୍ତର ସ୍ୱାଧୀନ ପଣ୍ଡା ବୋଲି ସ୍ଵଷ୍ଟ ହୋଇଛି। ଉଭୟ ଭୂସ୍ଖଳନରେ ନିଖୋଜ ଥିବା ଖବର ପାଇବା ପରେ ଚିନ୍ତାରେ ଏବେ ପରିବାର। ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନରାଙ୍କ ପତ୍ନୀ ପ୍ରିୟଦର୍ଶୀ ପାଲ୍ ଏବଂ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ନୀ ସ୍ୱୀକୃତି ମହାପାତ୍ର ଏହି ଦୁଇ ମହିଳା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେହି ଦୁହିଁଙ୍କୁ ଉଦ୍ଧାର କରାଯାଇଛି ବୋଲି ସୂଚନା ମିଳିଛି । କିନ୍ତୁ ଦୁଇ ଡ଼ାକ୍ତର ଜଣକ ମାଟି ତଳେ ପୋତି ହୋଇଯାଇଥିବା କୁହାଯାଉଛି। ଏପରିକି ମାଟି ତଳେ ପ୍ରାୟତଃ ୪ ଶହରୁ ଅଧିକ ପରିବାର ଚାପି ହୋଇ ରହିଯାଇଥିବା ଘଟଣାସ୍ଥଳ ସର୍ଭେକାରୀ ଦଳ କହୁଛନ୍ତି । ପ୍ରକାଶ ଥାଉକି, କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ତଥା ହାଇଟେକ୍ ମେଡିକାଲର ମେଡିସିନ୍‌ ଡାକ୍ତର ବିଷ୍ଣୁ ଓ ତାଙ୍କ ପତ୍ନୀ ୱାୟନାଡରେ ଥିଲେ। ତେବେ ବିଳମ୍ବିତ ରାତିରେ ହଠାତ୍ ଭୂସ୍ଖଳନ ହୋଇଥିଲI। ଯାହା ଫଳରେ ବିଷ୍ଣୁଙ୍କର କୌଣସି ପତ୍ତା ମିଳୁନଥିବା ବେଳେ ତାଙ୍କ ପତ୍ନୀ ସୁରକ୍ଷିତ ଥିବା ପରିବାର ଲୋକେ କହିଛନ୍ତି। ସେପଟେ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କର ମଧ୍ୟ କୌଣସି ଖୋଜ ଖବର ମିଳୁନଥିବା ଜଣାପଡ଼ିଛି । ଏପଟେ ଘଟଣାରେ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି, ବିଷ୍ଣୁଙ୍କ ପରିବାର। ଉଦ୍ଭୟଙ୍କ ମର ଶରୀର ଓଡ଼ିଶା ଅଣାଯାଇ ତାଙ୍କ ଜନ୍ମମାଟିରେ ପହଞ୍ଚାଇବା ନିମନ୍ତେ ସାଧାରଣରେ ଅନୁରୋଧ କରାଯାଇଛି ।

hiranchal ad1
Leave A Reply

Your email address will not be published.

19 − eight =