ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ‘ସମ୍ବଲପୁରୀ ଦିନ’

0 21

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ‘ସମ୍ବଲପୁରୀ ଦିନ’ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର କୁଳପତି ପ୍ରଫେସର ଏନ୍. ନାଗାରାଜୁଙ୍କ ଦ୍ଵାରା ମାଁ ସମଲେଇ‌ଙ୍କ ପାଖରେ ଦୀପଦାନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଥିଲା। ଏହି ଅବସରରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବିଶ୍ବବିଦ୍ୟାଳୟର କୁଳସଚିବ ସନତ କୁମାର ନାଏକ, ସ୍ନାତକୋତ୍ତର ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ଦାସ, ଉପ କୁଳସଚିବ ଡ଼ଃ. ଉମାଚରଣ ପତି, ବିତ୍ତ ଅଧିକାରୀ ଜଗନ୍ନାଥ ରାଉତ ଇତ୍ୟାଦି ଉପସ୍ଥିତ ରହି ସେମାନଙ୍କ ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ। ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ରୂପେ ବୃନ୍ଦାବନ ମେହେର, ଶ୍ରୀମତୀ ପଦ୍ମିନୀ ଦୋରା ଓ ତୁଲାରାମ୍ କଲେତ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ‘ସମ୍ବଲପୁରୀ ଦିନର ମହତ୍ତ୍ଵ ଓ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ‌ ଗୁଣଗାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଡଃ. ସଂଯୁକ୍ତା ପାଢ଼ୀ ସଂଯୋଜନା କରିଥିବା ବେଳେ ଡଃ. ଅନନ୍ତ ପ୍ରସାଦ ଚକ୍ରବର୍ତ୍ତୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କମିଟିର ଅନ୍ୟାନ୍ୟ କର୍ମକର୍ତ୍ତାଗଣ ଡଃ ସାଲ ବେସ୍ରା, ଡଃ ରୋଜାଲିନ୍ ରାଉତ, ଡଃ ସନ୍ତୋଷ କୁମାର ମଲ୍ଲିକ ଓ ବିଶ୍ଵଜ୍ୟୋତି‌ ପାତ୍ର ଆଦି‌ ସେମାନଙ୍କର ଅକୁଣ୍ଠ ସହଯୋଗ ପ୍ରଦାନ କରିଥିଲେ। ବିଶ୍ବବିଦ୍ୟାଳୟର ଅଧ୍ୟାପକ‌, ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ଗଣ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ଛାତ୍ର- ଛାତ୍ରୀ ମାନେ ସମସ୍ତ କାର୍ଯ୍ୟକ୍ରମକୁ ମନ ଭରି ଉପଭୋଗ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ସଭାରେ ପୁରସ୍କୃତ କରାଯାଇଥିଲା। ଛାତ୍ର ପ୍ରତିନିଧିମାନଙ୍କ ମଧ୍ୟରେ କୀର୍ତ୍ତି, ଆଞ୍ଚଲ୍, ଲମ୍ବୋଦର, ପ୍ରିୟଙ୍କା, ୟଶ, ବିପାଶା, ଶୁଭମ୍, ସ୍ଵାଧୀନ, ନଗେନ, ସୁରଜ ଏବଂ ଅନୁଜ ମୂଖ୍ୟ ଭୂମିକା ନିର୍ବାହ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ସଭା କାର୍ଯ୍ୟ ସମାପନ କରାଯାଇଥିଲା।

hiranchal ad1
Leave A Reply

Your email address will not be published.

11 + ten =