ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ସଙ୍ଘର ପ୍ରତିଭା ସମ୍ନାନ ସମରୋହ

0 119

ନୟାଗଡ : ନୟାଗଡ ଜିଲ୍ଲା ଇଟାମାଟି ଗ୍ରାମ ପଞ୍ଚାୟତର ତେଲି ସାହି ସ୍ତତ ପ୍ରଫୁଲ ସାହୁ କଲ୍ୟାଣ ମଣ୍ଡପ ରେ ପଞ୍ଚାୟତ ସ୍ତରୀୟ -୫ମ ବାର୍ଷିକ ପ୍ରତିଷ୍ଠା ଦିବସ ସହ କୃତି ଛାତ୍ରଛାତ୍ରୀଙ୍କ ପ୍ରତିଭା ସମ୍ମାନ ସମରୋହ ସଙ୍ଘ ସଭାପତି ଶ୍ରୀଯୁକ୍ତ ପ୍ରହଲ୍ଲାଦ ଶାନ୍ତଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି। ଡଃ ସୁକାନ୍ତି ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।ଉପଦେଷ୍ଟା ପ୍ରମୋଦ କୁମାର ବିଶ୍ୱାଳ ଓଡିଆଙ୍କ ଅସ୍ମିତା ଉପରେ ଆଲୋକପାତ କରିବା ସହ ସରପଞ୍ଚ ସ୍ୱପ୍ନେଶ୍ୱରୀ ସେଠୀ ଶିକ୍ଷକଙ୍କ ଭୂମିକା ସହ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ ଶେଷରେ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ସରସ୍ୱତୀ ବିଦ୍ୟାମନ୍ଦିର ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ର ନାରାୟଣୀ ହାଇସ୍କୁଲ ସହ ବାମନ ଅବକାଶ ହାଇସ୍କୁଲର ୧୨ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରଷ୍କାର ରାଶି ପ୍ରଦାନ କରାଯାଇଥିଲା। ସମ୍ପାଦକ ରାଜକିଶୋର ନାୟକ ଉପସଭାପତି ଶ୍ୟାମସୁନ୍ଦର ପାତ୍ର ସଂଯୋଜକ ପ୍ରମୋଦ କୁମାର ମହାପାତ୍ର ବୃନ୍ଦାବନ ପରିଡା ପ୍ରକାଶ କୁମାର ପଟ୍ଟନାୟକ ନାରାୟଣ ମହାପାତ୍ର ସମିତି ସଭ୍ୟା ଗୋଲାପରାଣୀସେଠ ସମାଜସେବୀ ପ୍ରଫୁଲ କୁମାର ସାହୁଙ୍କ ସହ ୫୦ଜଣ ଶିକ୍ଷକ ଉପସ୍ଥିତ ଥିଲେ I

hiranchal ad1
Leave A Reply

Your email address will not be published.

three − 2 =