ଟମକା ଅଞ୍ଚଳରୁ ବାଘଛାଲ ଜବତ

0 44

ଦାନଗଦି : ଦାନଗଦି ଯାଜପୁର ଜିଲ୍ଲା ଟମକା ବନ୍ୟାଞ୍ଚଳ ଅମ୍ବାଡାହି ନିକଟରୁ ଏକ କଲରାପତରିଆ ବାଘଛାଲ ଜବତ କରିଛି ବନ ବିଭାଗ l ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଛନ୍ତି l ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ଟମକା ଥାନା ଚମ୍ପାଝର ଗ୍ରାମର ବୁଦ୍ଧ ଚାମ୍ପିଆଙ୍କ ପୁଅ ପ୍ରସନ୍ନ ଚାମ୍ପିଆ ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ବିଭିନ୍ନ ଜାଗାରେ ଚଢ଼ାଉ କରାଯାଉଛି l ବାହାର ରାଜ୍ୟକୁ ବାଘଛାଲ ଚାଲାଣ ହେଉଥିବାର ଖବର ପାଇ ବନବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା l କଟକ ଡିଫଓ ଙ୍କ ନିର୍ଦ୍ଦେଶରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଗୋଟେ କଲରା ପତରିଆ ବାଘଛାଲ ଜବତ କରିଛନ୍ତି l ତେବେ ବାଘଛାଲଟି କୋଉ ଜାଗାରୁ ଆସିଛି ଏବଂ କୋଉ ଜାଗାକୁ ଚାଲାଣ ହେଉଥିଲା ଏହି ବାଘଛାଲ ରାକେଟ ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏସବୁ ଉପରେ ତଦନ୍ତ ଜାରି ରଖିଛି ବନବିଭାଗ l

hiranchal ad1
Leave A Reply

Your email address will not be published.

eight − 8 =