କୁନି କୁନି ହକି ଖେଳାଳୀ ମାନଙ୍କ ସହିତ ଭାରତର ବିଜୟ ଉତ୍ସବ ମନାଇଲେ ମୁଖ୍ୟମନ୍ତ୍ରୀ

0 34

ଭୁବନେଶ୍ୱର : ୯ ଅଗଷ୍ଟ ୨୦୨୪, ପ୍ୟାରିସ ଅଲମ୍ପିକ୍ସରେ ଭାରତ ପୁରୁଷ ଦଳର ବ୍ରୋଞ୍ ପଦକ ହାସଲ ପରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମରେ ହକି କ୍ରୀଡାବିତ୍ ମାନଙ୍କ ସହିତ ଭାରତର ବିଜୟ ଉତ୍ସବ ପାଳିଛନ୍ତି। କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଉଚ୍ଚ ପଦାଧିକାରୀ ମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ। ବାଜା ଓ ବାଣ ସହିତ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଳ ଦେଇ ଶହ ଶହ ପିଲା ଜୟ ଜଗନ୍ନାଥ ଧ୍ବନିରେ ଷ୍ଟାଡିୟମକୁ ପ୍ରକମ୍ପିତ କରିଥିଲେ। ମୁଖ୍ୟମନ୍ତ୍ରୀ କେକ କାଟି ପିଲା ମାନଙ୍କୁ ଖୋଇ ଦେଇ ଉତ୍ସବ ମନାଇ ଥିଲେ। ସୂଚନା ଯୋଗ୍ୟ ଯେ ଗତକାଲି (୮ ଅଗଷ୍ଟ ୨୦୨୪) ଭାରତୀୟ ଦଳର ବ୍ରୋଞ୍ଜ ବିଜୟ ପରେ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ ଖେଳାଳୀ ମାନଙ୍କ ସହିତ କଥା ହୋଇ ଅଭିନନ୍ଦନ ଜଣାଇ ଥିଲେ। ପ୍ରତ୍ୟେକ ଖେଳାଳୀ ମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ସହାୟକ କର୍ମଚାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଓଡ଼ିଆ ଖେଳାଳୀ ଅମିତ ରୋହୀଦାସଙ୍କ ପାଇଁ ସ୍ବତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଆଜି ଏହି ବିଜୟ ଉତ୍ସବ ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ” ଆଜିର ଏ କାଂସ୍ୟ ପଦକ, ଦୃଢ଼ନିଷ୍ଠ-ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଏକ ଆହ୍ୱାନ ।” ଏବଂ ଗତକାଲି ଆମ ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ରଚିଲା ଇତିହାସ। ଅଲମ୍ପିକ୍ସରେ ଭାରତର ଚମତ୍କାର ପ୍ରଦର୍ଶନରେ ବିଶ୍ୱବାସୀ ଅଭିଭୂତ ହୋଇଛନ୍ତି। ସମଗ୍ର ଓଡ଼ିଶା ତରଫରୁ ସେ ଭାରତୀୟ ହକି ଦଳର ପ୍ରତ୍ୟେକ ଖେଳାଳିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେମାନେ ରାଜ୍ୟ ତଥା ଦେଶକୁ ଗର୍ବିତ କରିଛନ୍ତି ଏବଂ ଲକ୍ଷ ଲକ୍ଷ ଯୁବ କ୍ରୀଡ଼ାବିତ ମାନଙ୍କୁ ପ୍ରେରଣା ଦେଇଛନ୍ତି ।

hiring

ମୁଖ୍ୟମନ୍ତ୍ରୀ ଓଡ଼ିଆ ହକି ତାରକା ଅମିତ ରୋହିଦାସଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି ଭାରତୀୟ ହକିରେ ଅମିତ ରୋହିଦାସଙ୍କ ଅବଦାନ ସମସ୍ତଙ୍କ ପାଇଁ ଏକ ଆଦର୍ଶ ଏବଂ ପ୍ରେରଣାର ଉତ୍ସ। ବିଶ୍ୱମଞ୍ଚରେ ଭାରତୀୟ ହକି ଦଳର ସଫଳତା ଏବଂ କ୍ରମାଗତ ବିଜୟ ସେମାନଙ୍କ ଦୃଢ଼ ନିଷ୍ଠା ଏବଂ ଅକ୍ଲାନ୍ତ ପରିଶ୍ରମର ପ୍ରମାଣ ପ୍ରଦାନ କରିଛି। ଆମ ଭାରତୀୟ ହକି ଦଳକୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେବାରେ ଓଡ଼ିଶା ସରକାର ତତ୍ପର ଏବଂ ପ୍ରତିଶୃତିବଦ୍ଧ। ଆମେ ଆମର ଖେଳାଳିମାନଙ୍କ ପାଇଁ ସବୁବେଳେ ଛିଡ଼ା ହେବା ସହ ସେମାନଙ୍କୁ ତୃଣମୂଳସ୍ତରରୁ ବିଶ୍ଵମଞ୍ଚକୁ ଯିବାରେ ସାହାଯ୍ୟ କରିବୁ। ଆମ ସରକାର ଆଗକୁ ଆସି ଏହା ସୁନିଶ୍ଚିତ କରାଇବେ ଯେ ଆମ ରାଜ୍ୟର ଖେଳାଳି ମାନେ ରାଜ୍ୟ ତଥା ଦେଶ ପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସୁନାମ ଆଣିବେ। ମୁଁ ଆପଣମାନଙ୍କ ମଧ୍ୟରେ ଦେଖିପାରୁଛି ଜଣେ ଜଣେ ଅମିତ ରୋହିଦାସ, ଦୀପ୍ ଗ୍ରେସ୍ ଏକ୍କା, ଲଜାରୁସ୍ ବାର୍ଲା, ଦିଲ୍ଲୀପ ତିର୍କୀ । ସେଦିନ ଆଉ ଦୂର ନାହିଁ ଯେବେ ଏଇଠି ବସିଥିବା ପିଲାମାନଙ୍କ ମଧ୍ୟରୁ ଜଣେ ଭାରତୀୟ ହକି ଦଳର ଅଧିନାୟକ ବା ଅଧିନାୟିକା ହୋଇ ବାହାରିବେ; ବିଶ୍ଵମଞ୍ଚରେ ଭାରତ ପାଇଁ ପଦକ ଜିତିବେ ଏବଂ ଚମତ୍କାର ପ୍ରଦର୍ଶନ ବଳରେ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବେ। “ଯେତେ ବାଧାବିଘ୍ନ ଆସୁ ଆମେ ଯଦି ଅଟଳ ରହିବା ତାହେଲେ ବିଜୟ ଆମର ହିଁ ହେବ – ଭାରତୀୟ ହକି ଦଳ ଏହାର ଏକ ଜ୍ୱଳନ୍ତ ଉଦାହରଣ।” ଆଗାମୀ ଭବିଷ୍ୟତ ପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। “

hiranchal ad1
Leave A Reply

Your email address will not be published.

fifteen − four =