ଜିଲ୍ଲା ପ୍ରଶାସନ ତରଫରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା

0 12

ପାରଳାଖେମୁଣ୍ଡି : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଧେଶ ମୁତାବକ ଆଜି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜି ସାନୁକ ରାଓଙ୍କୁ ମୁଖ୍ୟ ମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି I ବାପାଙ୍କ ଦେହାନ୍ତ ପରେ ଆର୍ଥିକ ସ୍ଥିତି ସଚ୍ଛଳ ନଥିବା ହେତୁ ଉଚ୍ଚ ଶିକ୍ଷା ପାଇଁ ପାଠପଢିବାକୁ ଅସମର୍ଥ, ହେଉଥିଲେ। ସେଥିପାଇଁ ସନୁକ ଆର୍ଥିକ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ I ଫଳ ସ୍ୱରୂପ ମାନ୍ୟବର ମୁଖ୍ୟମନ୍ତ୍ରୀ ସନୁକଙ୍କ ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ I ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ୧୫ ହାଜର ଟଙ୍କାର ଚେକ ପ୍ରଦାନ କରିଛନ୍ତି। ଏହି ଆର୍ଥିକ ସହାୟତା ଫଳରେ ସନୁକ ଆଗକୁ ଉତ୍ତମ ପାଠପଢିବା ସହିତ ନିଜର ଲକ୍ଷ ପୁରଣ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି I ସୂଚନା ଯେ,ସନୁକ ରାଓ ପାରଳାଖେମୁଣ୍ଡି ସ୍ଥିତ ଜଙ୍ଗମ୍ ସାହି ବାସିନ୍ଦା ଅଟନ୍ତି। ସେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂସ୍ଵାଶିତ ମହାବିଦ୍ୟାଳୟ +୨ ର ଛାତ୍ର ଅଟନ୍ତି I ଏହି ଆର୍ଥିକ ସହାୟତା ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ, ଛେଳିଗଡ଼ ସ୍ଵତନ୍ତ୍ର ଭୂ-ଅଧିଗ୍ରହଣ ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କହଁର,ଡେପୁଟୀ କଲେକ୍ଟର ଶ୍ରୀ କମଳକାନ୍ତ ପଣ୍ଡା ସମେତ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

six + twenty =