ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେଲେ ୪ ଓଡିଆ ଖେଳାଳୀ

0 71

ସୁବର୍ଣ୍ଣପୁର : ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ପୁଣି କମାଲ ଦେଖାଇବେ ୪ ଓଡିଆ ଖେଳାଳୀ । ଥାଇଲାଣ୍ଡର ଆସୁମସନ ବିଶ୍ୱବିଦ୍ୟାଳୟ ବେଙ୍ଗକକ୍ ଠାରେ ଅନୁଷ୍ଠିତ ହେଉଥିବା ୭ମ ହିରୋସ କପ ଆନ୍ତର୍ଜାତୀୟ ତାଇକଣ୍ଡୋ ଚମ୍ପିଆନସିପ-୨୦୨୪ରେ ଅଂଶଗ୍ରହଣ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଏହେସାସ ତାଇକଣ୍ଡୋ ଏକାଡେମୀର ୪ ଖେଳାଳୀ । ଆର୍ନ୍ତଜାତୀୟ ତାଇକଣ୍ଡୋ ଖେଳାଳୀ ତଥା ଭାରତୀୟ ଦଳର କୋଚ ଏହେସାସ ହୋତାଙ୍କ ନେତୃତ୍ୱରେ ଏହି ଟିମ ଆଜି ବେଙ୍ଗକକ୍ରେ ପହଞ୍ଚିଥିବାବେଳେ ଏହି ଟିମରେ ସବ ଜୁନିଅର ( ମହିଳା) ତାସା ନାୟକ, ସବ ଜୁନିଅର (ମହିଳା) ବର୍ଗରେ ତନୟା ଦାଶପଟ୍ଟନାୟକ, ଜୁନିଅର (ମହିଳା) ଅନୁସ୍କା ଦାଶ ଏବଂ ସିନିଅର (ପୁରୁଷ) ବର୍ଗରେ ବିଶ୍ୱରଞ୍ଜନ ସାହୁ ଯୋଗଦେଇଛନ୍ତି I ଏହି ପ୍ରତିଯୋଗିତାରେ ୩୦ ଗୋଟି ଦେଶର ୩ ହଜାର ଜଣ ଖେଳାଳୀ ବିଭିନ୍ନ ବର୍ଗରେ ଭାଗନେଇଛନ୍ତି। ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଥାଇଲାଣ୍ଡ ଗସ୍ତରେ ଥିବା ଏହି ଖେଳାଳୀଙ୍କ ସଫଳତା ପାଇଁ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଂଜନ ମିଶ୍ର, ରାଜ୍ୟ ତାଇକଣ୍ଡୋ ସଙ୍ଘର ସମ୍ପାଦକ ମନମୋହନ ଭଞ୍ଜ, ଜିଲ୍ଲା ତାଇକଣ୍ଡୋ ସଙ୍ଘର ସଭାପତି ରବୀନ୍ଦ୍ର ହୋତା ଏବଂ ଜିଲ୍ଲା ତାଇକଣ୍ଡୋ ସଙ୍ଘର ଆଇନ ପରାମର୍ଶଦାତା ଶେଷଦେବ ବାରିକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

twelve + seven =