ନୂତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ କାର୍ଯ୍ୟରେ ଯୋଗଦାନ

0 345

ବୈାଦ୍ଧ: ରବିବାର ପୂର୍ବାହ୍ନରେ ବୌଦ୍ଧର ନୂତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା କାର୍ଯ୍ୟରେ ଯୋଗଦେଇଛନ୍ତି । କାର୍ଯ୍ୟରେ ଯୋଗଦେବାପରେ ଶ୍ରୀ ପଣ୍ଡା ଭାରପ୍ରାପ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କାର୍ଯ୍ୟଭାର ଗ୍ରହଣ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲୋ ନୂତନ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କୁ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସୂଚନାଯୋଗ୍ୟ ଯେ ଶ୍ରୀ ପଣ୍ଡା ଏହା ପୂର୍ବରୁ ଗ୍ରାମୀଣ ବିକାଶ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ।

hiranchal ad1
Leave A Reply

Your email address will not be published.

two × three =