ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

0 21

କୋଣାର୍କ : ଆସନ୍ତା ୧୫ ତାରିଖ ସ୍ବାଧିନତା ଦିବସ ପାଳନ ଅବସରରେ ଜନମଙ୍ଗଳ ଯୁବ ସଙ୍ଗଠନ, କୋଣାର୍କ ସ୍ପୋର୍ଟସ ଏକାଡେମି ଓ କୋଣାର୍କ ଏନ୍ଏସିର ମିଳିତ ଆନୁକୂଲ୍ୟରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ କୋଣାର୍କ ଏନ୍ଏସିର କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ହେବ। ଏଥିପାଇଁ ଦୁଇ ସଙ୍ଗଠନର ସମ୍ପାଦକ ରାମକୃଷ୍ଣ ମହାନ୍ତି ଓ ଚନ୍ଦ୍ରଶେଖର ରାଉତରାୟଙ୍କ ଅଧ୍ୟକ୍ଷତାରେ ଶନିବାର ଅପରାହ୍ନରେ କୋଣାର୍କ ସ୍ଥିତ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ୬ଟି ଦଳ ଯୋଗଦେବେ। ଏଥିରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ସିଲ୍ଡି ଓ ଅର୍ଥରାଶି ପ୍ରଦାନ କରାଯାଇ ସମ୍ମାନୀତ କରାଯିବ। ଏଥିସହ ଜଣେ ଖେଳ ପ୍ରତିଭାକୁ ସମ୍ମାନୀତ କରିବା ପାଇଁ ନିଷ୍ପିତି ହୋଇଛି । ଜନମଙ୍ଗଳ ଯୁବ ସଙ୍ଗଠନ ପକ୍ଷରୁ ଦୀର୍ଘ ବର୍ଷ ଧରି ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଆସୁଥିବା ବେଳେ ଚଳିତବର୍ଷ ପ୍ରଥମ କରି କୋଣାର୍କ ସ୍ପୋର୍ଟସ ଏକାଡେମି ପକ୍ଷରୁ ଖେଳ ପରିଚାଳନାର ଦାଇତ୍ୱ ନେଇଛି। ଏହି ବୈଠକରେ କୋଣାର୍କ ସ୍ପୋର୍ଟସ ଏକାଡେମିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

ten − 7 =