ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ

0 91

ଗୁରୁତର ହରିହାରଙ୍କ ମୃତ୍ୟୁ I

hiring

ପୁରୀ : ରାକ୍ଷୀ ପୂର୍ଣ୍ଣିମା ପରି ପବିତ୍ର ଦିନରେ ଘଟିଛି ଅଘଟଣ I ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ ଚାଲିଥିବାର ମିଳିଛି ସୂଚନା। ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ହାଡଗୋଡିଆ ସାହି ରାଧା ଗୋବିନ୍ଦ ଲେନର, ହରିହର ସାହୁ। ହରିହରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପୁରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା I ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାଇ କଟକରେ ହରିହରଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ଓ ସିଟି ଡିଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୁତ୍ତ ମାନେ ଧାରୁଆ ଅସ୍ତ୍ରରେ ହରିହରଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ଗତ ୮ ତାରିଖରେ ଯୁବ ଖଜା ବ୍ୟବସାୟୀ ଦିନେଶ ଖୁଣ୍ଟିଆ ହତ୍ୟାକାଣ୍ଡ ଘଟଣାକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ପୋଲିସ ସନ୍ଦେହ କରୁଛି। ରାଧାଗୋବିନ୍ଦ ଲେନର ଯୁବ ଖଜା ବ୍ୟବସାୟୀ ଦିନେଶ ଖୁଣ୍ଟିଆଙ୍କୁ ଗତ ୮ ତାରିଖରେ ହତ୍ୟା କରାଯାଇଥିଲା। ଟାଉନ ଥାନା ପୋଲିସ ଏହି ଘଟଣାରେ‌ ଗତ ୧୦ ତାରିଖରେ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଆଜି ଆକ୍ରମଣର ଶିକାର ହୋଇଥିବା ହରିହର ସାହୁଙ୍କ ପୁଅ କାହ୍ନା ଓରଫ ପ୍ରଦୀପ୍ତ ସାହୁ ମଧ୍ୟ ଏହି ହତ୍ୟାକାଣ୍ଡ ଘଟଣାରେ ସାମିଲ୍ ଥିବାବେଳେ ପୋଲିସ ତା’କୁ ମଧ୍ୟ ଗିରଫ କରିଥିଲା। ତେଣୁ ଯୁବ ଖଜା ବ୍ୟବସାୟୀ ହତ୍ୟାକାଣ୍ଡ ଘଟଣାକୁ କେନ୍ଦ୍ରକରି ହରିହର ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ପୋଲିସ ସନ୍ଦେହ କରୁଛି ବୋଲି କହିଛନ୍ତି ସିଟି ଡିଏସପି।

hiranchal ad1
Leave A Reply

Your email address will not be published.

six + eighteen =