ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ନୀତି ପାଳିତ

0 52

ପୁରୀ : ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମ ନୀତି। ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ କଂସ ବଦ୍ଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଲୀଳା ମଧ୍ୟ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ।

ଶ୍ରୀଜଗନ୍ନାଥଙ୍କ ଠାରୁ ହିଁ କୃଷ୍ଣ ଓ ରାମ ଆଦି ଅବତାର ଜନ୍ମ ନେଇଥାନ୍ତି। ଶ୍ରୀମନ୍ଦିର ପରମ୍ପରା ଅନୁସାରେ ରବିବାର ଶ୍ରୀକୃଷ୍ଣଙ୍କ ଜନ୍ମର ପୂର୍ବ ବିଧି ଅନୁଷ୍ଠିତ ହୋଇଛି। ଶ୍ରୀକୃଷ୍ଣଙ୍କ ଜନ୍ମ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଯେଉଡ଼ ଭୋଗ ଲାଗି ହୋଇଛିI

hiring

ଆଜି ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ନୀତି ପରେ ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ କରାଯିବ। ଏହି ଅବସରରେ ସନ୍ଧ୍ୟାଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ତାର ଘର ସମ୍ମୁଖ ଭାଗରେ ପୂଜାପଣ୍ତା ସେବାୟତ ମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ତଳୀ ଅଙ୍କନ କରିଥାନ୍ତି। ସେଠାରେ ସୁନାର କୃଷ୍ଣ ମୁର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ଅଣାଯାଇଥାଏ। ମହାଜନ ସେବକ ଦୁଇଜଣ ଦେବକୀ ଓ ବସୁଦେବ ହୋଇ ଏହି ଜନ୍ମନୀତି ପାଳନ କରିଥାନ୍ତି।

ଏହାପରେ ମଦନମୋହନଙ୍କୁ ନାଭିକଟା ମଣ୍ତପକୁ ନିଆଯାଇ କୃଷ୍ଣଜନ୍ମ ଠାରୁ ଉପନୟନ ପର୍ଯ୍ୟନ୍ତ ସମସ୍ତ ନୀତି ଅନୁଷ୍ଠିତ ହୁଏ। ସେହିପରି ଜଗମୋହନ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯାଇଥାଏ। ଗତକାଲି ସଂନ୍ଧ୍ୟା ଆଳତୀ ବେଶରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା। ଅନ୍ୟପଟେ ଆଜି ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଅହେତୁକ ଭିଡ ଜମିଛି। ସମସ୍ତଙ୍କ ମନରେ ଆଶା ଓ ବିଶ୍ୱାସ ପ୍ରଭୁ ଶ୍ରୀକୃଷ୍ଣ ହିଁ ଏ ସଂସାରରୁ ରୋଗ ମୁକ୍ତ କରାଇବେ। ତେବେ ଜନ୍ମାଷ୍ଟମୀ ପାଇଁ ଆଜି ବିଶେଷ ନୀତିକାନ୍ତି ଥିବାରୁ ଏହାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଛି। ସେହିପରି ବିଭିନ୍ନ ମଠ ମାନଙ୍କରେ ବେଶ୍ ଆନନ୍ଦ ଉଲ୍ଲାସର ସହ ଜନ୍ମାଷ୍ଟମୀ ପାଳନ କରାଯାଉଛି। ଆଜି ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମନୀତି ପାଳନ ହେଉଥିବା ବେଳେ ଆସନ୍ତାକାଲି ନନ୍ଦୋତ୍ସବ ପାଳନ ହେବ। ଏଥିପାଇଁ ଭକ୍ତ ଓ ସେବାୟତଙ୍କ ମନରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି।

hiranchal ad1
Leave A Reply

Your email address will not be published.

sixteen + eighteen =