ଜିଲ୍ଲା ସ୍ତରୀୟ ଗ୍ରାମପଞ୍ଚାୟତ ପିଅନ ସଙ୍ଘର ବୈଠକ

0 107

ଦେବଗଡ : ତିଲେଇବଣି ବ୍ଳକ ବଣିଆକିଲିଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଦେବଗଡ ଜିଲ୍ଲା ସ୍ତରୀୟ ଗ୍ରାମପଞ୍ଚାୟତ ପିଅନ ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ବୈକୁଣ୍ଠ କିସାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ୮ ଦଫା ଦାବି ଉପରେ ଆଲୋଚନା କରାଯାଇଥିଲା । ଏଥିସହ ୮ ଦଫା ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ଅବଗତ କଲାପରେ ଦାବି ପୂରଣ ନହେଲେ ଆଗାମୀ ଦିନରେ ପରିବାର ସହ ରାଜରାସ୍ତାକୁ ଓହ୍ଲାଇ ଗ୍ରାମପଞ୍ଚାୟତ ପିଅନ ସଙ୍ଘ ଆନ୍ଦୋଳନ କରିବ ବୋଲି ନିଷ୍ପତି ନିଆଯାଇଥିଲା ।

hiring

ଗ୍ରାମପଞ୍ଚାୟତ ଗଠନର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପିଅନ ମାନେ ଏକପ୍ରକାର ଗୋତିଶ୍ରମିକ ଭାବେ କାମ କରୁଥିବାର ଜଣାପଡିଛି। ମାସିକ ମାତ୍ର ୧ ହଜାରରୁ ୩ ହଜାର ଭିତରେ କାମ କରୁଛନ୍ତି । ସୂଚନା ଅନୁଯାୟୀ ଗ୍ରାମପଞ୍ଚାୟତରେ ପିଅନ କାମ କରୁଥିବା ବ୍ୟକ୍ତି ପରିବାର ପ୍ରତିପୋଷଣରେ ଅନେକ ସମସ୍ୟା ଦେଖାଦେଉଥିବା ବେଳେ ୮ ଦଫା ଦାବି ପୂରଣ ପାଇଁ ଦାବି କରିଛନ୍ତି। ବିଶେଷ କରି ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା, ସମାନ କାମକୁ ସମାନ ଦରମା, ରାଜ୍ୟ ବଜେଟରେ ଗ୍ରାମପଞ୍ଚାୟତ ପିଅନ ମାନଙ୍କ ପାଇଁ ସ୍ୱତନ୍ତ୍ର ବଜେଟ ବ୍ୟବସ୍ଥା, ପଞ୍ଚାୟତରାଜ ବିଧି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ସହ ଇ-ଗଭର୍ଣ୍ଣାନ୍ସ ପୋଟାଲ ପି.ଆର ବିଭାଗରେ କର୍ମଚାରୀକଙ୍କ ତାଲିକା ପଞ୍ଜିକରଣ, ଶିକ୍ଷାଗତ ଯୋଗ୍ୟତା ଭିତିରେ ପଦୋନ୍ନତୀ, ଶ୍ରମ ଓ ନିୟୋଜନ ବିଭାଗ ଦ୍ୱାରା ଘୋଷଣା ହୋଇଥିବା ସର୍ବନିମ୍ନ ମଜୁରୀ ଦୈନୀକ ୪୫୦ ଟଙ୍କାରୁ କମ ହେଉନଥିବା ପାରିଶ୍ରମିକ ପି.ଆର ବିଭାଗରୁ ଏକ ଷ୍ଟାଡିଙ୍ଗ ଅର୍ଡର ପ୍ରତି ଗ୍ରାମପଞ୍ଚାୟତକୁ ପଠାଇବା, ଚାକିରୀ କ୍ଷେତ୍ରରେ ସୁରକ୍ଷା ପ୍ରଦାନ, ପଞ୍ଚାୟତରାଜ ବିଭାଗରେ ଗ୍ରାମପଞ୍ଚାୟତ ପିଅନ ମାନଙ୍କ ପାଇଁ କମିଟି ବ୍ୟବସ୍ଥା କରିବାକୁ ଦାବି ହୋଇଥିବା ଜଣାପଡିଛି।

hiranchal ad1
Leave A Reply

Your email address will not be published.

nineteen − four =