ରେସରୁ ଓହରିଲେ ଜଗନ୍ନାଥ ପ୍ରଧାନ

0 50

ରାଜ୍ୟସଭା ପାଇଁ ବିଜେପିର ଦ୍ଵିତୀୟ ପ୍ରାର୍ଥୀ ନାମାଙ୍କନ ଭରିବା ଘଟଣା।

ଭୁବନେଶ୍ୱର : ବିଜେପି ପ୍ରାର୍ଥୀ ଭାବେ ମମତା ମହାନ୍ତ ନାମାଙ୍କନ କରିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଜଗନ୍ନାଥ ପ୍ରଧାନ। ବିଧାନସଭାରେ ପହଞ୍ଚି ସେ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି I ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ମମତା ମହାନ୍ତ ଭରିଛନ୍ତି I

hiring

ପ୍ରାର୍ଥିପତ୍ର ପ୍ରତ୍ୟାହାର ଘଟଣାରେ ପ୍ରତିକ୍ରିୟା ରଖି ଜଗନ୍ନାଥ ପ୍ରଧାନ କହିଛନ୍ତି ଏହା ହେଉଛି ଦଳର ଆଭ୍ୟନ୍ତରୀଣ ନିଷ୍ପତ୍ତି। ବିଜେପି ନେତୃବୃନ୍ଦଙ୍କ ନିଷ୍ପତ୍ତିରେ ପ୍ରାର୍ଥୀପତ୍ର ଦାଖଲ କରିଥିଲି । ଆଜି ବିଜେପି ନେତୃବୃନ୍ଦଙ୍କ ନିଷ୍ପତ୍ତିରେ ପ୍ରତ୍ୟାହାର କଲି I ବିଜେପିର ଜଣେ ଶୃଙ୍ଖଳିତ କର୍ମୀ ଭାବରେ ଦଳ ମୋତେ ଦେଇଥିବା ଦାଇତ୍ୱକୁ ମୁଁ ସଫଳତାର ସହ ତୁଲାଇଛି। ମୋତେ ଦାୟିତ୍ୱ ପ୍ରଦାନ କରିଥିବାରୁ ମୁଁ ମୋର ଦଳର ନେତାମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ରାଜ୍ୟସଭା ନିର୍ବାଚନର ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା । ତେଣୁ ସେ ଶେଷ ଦିନରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ତେବେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ଜଗନ୍ନାଥ ପ୍ରଧାନ।

ଭୁବନେଶ୍ୱର କେନ୍ଦ୍ରୀୟ ବିଧାନସଭା ଆସନରୁ ନିକଟରେ ଶେଷ ହୋଇଥିବା ୨୦୨୪ ସାଧାରଣ ନିର୍ବାଚନରେ ​​ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ବିଜୁ ଜନତା ଦଳର ଅନନ୍ତ ନାରାୟଣ ଜେନାଙ୍କୁ ମାତ୍ର ୩୭ ଭୋଟରେ ହରାଇଥିଲେ। ଅଗଷ୍ଟ ୨୧ ରେ ବିଜେପି ନେତା ମମତା ମହାନ୍ତି ନାମାଙ୍କନ ଦାଖଲ କରିବାର କିଛି ଘଣ୍ଟା ପରେ ପ୍ରଧାନ ମଧ୍ୟ ଓଡିଶାର ଏକାକୀ ରାଜ୍ୟସଭା ଆସନ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ସେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ I ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ଅଗଷ୍ଟ ୨୭ ହୋଇଥିବାବେଳେ ଏକାକୀ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ସେପ୍ଟେମ୍ବର ୩ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

hiranchal ad1
Leave A Reply

Your email address will not be published.

5 × 5 =