ସିଏଚଏସଇର ରେକର୍ଡ ସପ୍ଲାୟରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

0 57

ଭୁବନେଶ୍ୱର : ଆଉ ୪ ଦିନ ପରେ ଚାକରିରୁ ଅବସର ନେଇଥାନ୍ତେ । କିନ୍ତୁ ଭିଜିଲାନ୍ସ ଜାଲରେ ପଡ଼ିଗଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ପ୍ରମୁଖ ରେକର୍ଡ ସପ୍ଲାଏର ପୁରେନ୍ଦ୍ର କୁମାର ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ୩ଟି ଟିମ୍ ଏକାଦିକ୍ରମେ ଶ୍ରୀ ସେଠୀଙ୍କ ଚନ୍ଦ୍ରଶେଖରପୁର କାନନବିହାର ଫେଜ୍ ୨ରେ ଥିବା ୪ ମହଲା କୋଠା ଘର, ଜଗତସିଂହପୁରରେ ପୈତୃକ ଘର ଓ ସାମନ୍ତରାପୁର ସ୍ଥିତ ସିଏଚଏସଇ କାର୍ଯ୍ୟାଳୟରେ ଚଢ଼ଉ ଜାରି ରଖିଛନ୍ତି । ୩ ଜଣ ଡିଏସ୍ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ୫ ଜଣ ଏଏସ୍ଆଇ ଏଥିରେ ସାମିଲ ହୋଇଛନ୍ତି ।

hiring

ସେଠୀଙ୍କ ଚାରିମହଲା କୋଠାରେ ୧୬ ବଖରା ଘର ଭଡା ଲାଗଛି । ଏଥିସହ ୨ଟି କାର ଓ ୨ଟି ବାଇକ ମଧ୍ୟ ଭିଜିଲାନ୍ସ ଠାବ କରିଛି । ଏହି କୋଠାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା । ତାଙ୍କ ଘରୁ କେତେକ ସାର୍ଟିଫିକେଟ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଛି । ଏହି ଅଫିସ୍ ନଥିପତ୍ର ଅଫିସ୍ରେ ରହିବା ପରିବର୍ତେ ଘରେ କାହିଁକି ଥିଲା ସେନେଇ ତନାଘନା ଜାରିରହିଛି । ସେହିପରି ପ୍ରାୟ ଦେଢ଼ କୋଟି ଟଙ୍କା ମୂଲ୍ୟର ସାଢେ ତିନି ହଜାର ବର୍ଗଫୁଟ୍ର ଏକ ମୂଲ୍ୟବାନ ପ୍ଲଟ୍ ମଧ୍ୟ ଠାବ କରାଯାଇଛି । କିଛି ବେନାମୀ ଆକାଉଣ୍ଟ ସହ ୬ ଟି ବ୍ୟାଙ୍କ ଆକାଉଣ୍ଟ ମିଳିଥିବାରୁ ସେସବୁ ଯାଞ୍ଚ ଚାଲିଛି । ଶିକ୍ଷା ବିଭାଗର ଜଣେ ସାଧାରଣ କର୍ମଚାରୀଙ୍କର ଏତେ ପରିମାଣର ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ୍ ହୋଇପଡିଛି । ତେବେ ପୂର୍ବରୁ ନକଲି ସାର୍ଟିଫିକେଟ କାରବାରରେ ଶ୍ରୀ ସେଠୀଙ୍କ ହାତ ଥିବା ନେଇ ଥିବା ଅଭିଯୋଗର ମଧ୍ୟ ତଦନ୍ତ ଚାଲିଛି ବୋଲି ତଦନ୍ତକାରୀ ଟିମ୍ର ଜଣେ ଅଧିକାରୀ କହିଛନ୍ତି । ଜାଲ ସାର୍ଟିଫିକେଟ କାରବାର, ପରୀକ୍ଷାର୍ଥୀଙ୍କ ଠାରୁ ମୋଟା ଅଙ୍କର ଉକ୍ରୋଚ ନେଇ ମାର୍କ ବଢ଼ାଇବା କାମରେ ଶ୍ରୀ ସେଠୀ କାର୍ପଟଦାର ଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା ।

hiranchal ad1
Leave A Reply

Your email address will not be published.

5 × 5 =