ଦମ୍ପତିଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର

0 50

ବଲାଙ୍ଗୀର : ବଲାଙ୍ଗୀର ଭାଗୀରଥି ଛକ ଏନଏଚ ୨୬ ରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ପେଟ୍ରୋଲ ବୋଝେଇ ଟ୍ୟାଙ୍କର ସ୍କୁଟି ଉପରେ ମାଡ଼ି ଯିବାରୁ ଏକ ଦମ୍ପତି ମୃତ୍ୟୁ ସହ ସଙ୍ଘର୍ଷ କରୁଥିବାର ଜଣାପଡିଛି। ଉଭୟ ସଙ୍କଟାପନ୍ନ ସ୍ଥିତିରେ ଚିକିତ୍ସିତ ହେଉଛନ୍ତି। ସ୍କୁଟିରେ ଯାଉଥିବା ବେଳେ ଗାଡି ମାଡ଼ି ଯାଇ ସ୍ୱାମୀ ସ୍ତ୍ରୀଙ୍କ ଅବସ୍ଥା ହେଲା ଗୁରୁତର। ପୋଲିସ ଓ ସ୍ଥାନୀୟ ବାସିନ୍ଦା ଉଭୟଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲକୁ ପଠାଇଥିବାର ସୂଚନା ମିଳିଛି।

hiring

ସୂଚନା ଅନୁଯାୟୀ ଗୁରୁତର ଦମ୍ପତି ହେଲେ ସ୍ୱାମୀ ବିଷ୍ଣୁପ୍ରସାଦ ମିଶ୍ର ଓ ସ୍ତ୍ରୀ ସଂଗୀତା କର। ତାଙ୍କ ଘର କଂସାରୀପଡା । ମହିଳା ଜଣକ ବଲାଙ୍ଗୀର ଜିଲ୍ଲା କୃଷିବିଭାଗ କାର୍ଯ୍ୟାଳୟରେ ଓଭରସିଅର ଭାବେ କାମ କରୁଥିବା ଜଣା ପଡିଛି। ସ୍ବାମୀ ବିଷ୍ଣୁପ୍ରସାଦ ତାଙ୍କ ସ୍ତ୍ରୀକୁ କାର୍ଯ୍ୟାଳୟକୁ ଛାଡିବାକୁ ନେବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବାର ଜଣାପଡିଛି। ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭରକୁ ଧରି ଟ୍ରାଫିକ ପୋଲିସ ଥାନାରେ ଜିମାରେ ଦେଇଥିବା ବେଳେ ଟ୍ରକକୁ ପୋଲିସ ଜବତ କରିଛି ।

hiranchal ad1
Leave A Reply

Your email address will not be published.

3 + eight =