ବିଭିନ୍ନ ଯୋଜନାର ସମୀକ୍ଷା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

0 116

ଦେବଗଡ: ଦେବଗଡ ଜିଲ୍ଲା ବାରକୋଟ ଗସ୍ତରେ ଆସି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରି ନିଜ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଜିଲ୍ଲାରେ ଉପଯୁକ୍ତ ହିତାଧିକାରୀଙ୍କୁ ଚିହ୍ନଟ କରି ସରକାରଙ୍କ ଯୋଜନା ପହଂଚାଇବାକୁ ପରାମର୍ଶ କରିଥିଲେ । ରାସନକାର୍ଡ ପାଇଁ କେତେ ଜଣ ହିତାଧିକାରୀ ଆବେଦନ କରିଛନ୍ତି ସେ ଉପରେ ଆଲୋଚନା କରି ଉପଯୁକ୍ତ ହିତାଧିକାରୀ ଚୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଭୂତ କାର୍ଡକୁ କଟାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯିବ । ଗତ ୨୫ ବର୍ଷ ଧରି ରାଜ୍ୟରେ ଥିବା ବିଜେଡି ସରକାର ଭୁଲ ନିଷ୍ପତି ନେଇ ତାଙ୍କ ଲୋକ ମାନଙ୍କୁ ଅନ୍ତୋଦୟ କାର୍ଡ ବଂଟନ କରିଥିଲେ । କିନ୍ତୁ ବିଜେପି ସରକାର ଅତି ନିସ୍ୱ, ଗରୀବ ଶ୍ରେଣୀର ଲୋକଙ୍କୁ ଚିହ୍ନଟ କରି ତାହା ପ୍ରଦାନ କରିବ ବୋଲି କହିଥିଲେ । ଚାଷୀ ଯେଭଳି ତାଙ୍କ ଧାନ ଠିକ ଭାବେ ବିକ୍ରି କରିପାରିବେ ସେନେଇ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାରେ ଏବେ ସାରର ଅଭାବୀ ବିକ୍ରି ରହିଥିବା ବେଳେ ଉକ୍ତ ବିଭାଗ ସହ ଆଲୋଚନା କରି କିଭଳି ସମାଧାନ ହୋଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

11 + 2 =