ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ

0 93

ପୁରୀ : ଆଜି ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ହେବାକୁ ଯାଉଛି। ଯେଉଁଥିରେ ଗଜପତି ମହାରାଜ ଦିବ୍ୟ ସିଂ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀ ମନ୍ଦିରର ବଜେଟ ଆଗତ କରାଯିବ l ସେଥିପାଇଁ ଗତକାଲି ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅର୍ଥ ସବ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଚଳିତ ବର୍ଷର ବଜେଟ ଆଗତ କରାଯାଇଥିବାର ସୂଚନା ମିଳିଛି l ଅର୍ଥ ସବ କମିଟି ସୂଚନା ମୁତାବକ ମୋଟ ଚଳିତ ବର୍ଷ 386 କୋଟି ଟଙ୍କାର ବଜେଟ୍ ରହିଛି। ଏହାକୁ ଶ୍ରୀ ମନ୍ଦିର ପରିଚାଳନା କମିଟିରେ ଅନୁମୋଦନ ଦିଆଯିବ। ତେବେ ଆଗାମୀ ଦିନରେ ଭକ୍ତ ମାନେ ଯେଭଳି ଗୋଲ୍ଡ ବଣ୍ଡ କିଣି ପାରିବେ ସେ ନେଇ ବ୍ୟବସ୍ଥା ପାଇଁ ଆସନ୍ତାକାଲି ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ। ମହାପ୍ରଭୁଙ୍କ ପାଇଁ ନୂଆ ସୁବର୍ଣ୍ଣ ଅଳଙ୍କାର ସେଟ୍ ଗଠନ ପାଇଁ ମଧ୍ୟ ଆଲୋଚନା କରାଯିବ। ସୂଚନା ଅନୁସାରେ ସେହିପରି ରତ୍ନ ଭଣ୍ଡାର ମୁଖ୍ୟ ଦ୍ଵାର ରୂପା କରିବା, ପ୍ରତି ଜିଲ୍ଲା ସଦର ମହକୁମାରେ ହୁଣ୍ଡି ସ୍ଥାପନ ସହ ଶ୍ରୀ ମନ୍ଦିର ସୁଚନା କେନ୍ଦ୍ର ସ୍ଥାପନ ହୋଇ ପାରିବ ସେ ନେଇ ଆଲୋଚନା କରାଯିବ। ତେବେ ରଥ ଯାତ୍ରାରେ ଆଡପ ପହଣ୍ଡିର ବିଭ୍ରାଟ ଘଟଣାର ୩ ଜଣିଆ ତଦନ୍ତ କମିଟି ରିପୋର୍ଟ ମଧ୍ୟ ଆଜି ଶ୍ରୀ ମନ୍ଦିର ପରିଚାଳନା କମିଟିରେ ଉପସ୍ଥାପନ କରାଯିବ l

hiranchal ad1
Leave A Reply

Your email address will not be published.

1 + 2 =