ନିମନ୍ତ୍ରଣ କରି ଚେୟାର ନଦେବା ଘଟଣା

0 63

ଭୁବନେଶ୍ବର : ନିମନ୍ତ୍ରଣ କରି ଚେୟାର ନଦେବା ଘଟଣା ଦୁଃଖ ଦାୟକ କହିଲେ ମେୟର I ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଲେ ଆମେ ନିରପେକ୍ଷ ଭାବେ କାର୍ଯ୍ୟ କରୁଛୁ I ଲୋକସେବା ଭବନରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ମେୟରଙ୍କୁ ଅସମ୍ମାନ। ମେୟରଙ୍କୁ ଡାକି ଚେୟାର ନଦେବା ଘଟଣା ଦୁଃଖଦାୟକ କହିଲେ ମେୟର ସୁଲୋଚନା ଦାସ। ସେମାନଙ୍କର ଲୋକ ପ୍ରତିନିଧି ଉପରେ ସମ୍ମାନ ନଥିବା ମେୟର କହିଛନ୍ତି। ଆଜି କାର୍ଯ୍ୟକ୍ରମକୁ ମେୟର ଓ କର୍ପୋରେଟର ମାନଙ୍କୁ ନିମନ୍ତ୍ରଣ କରାଯାଇ ଚେୟାର ନଦେବାକୁ ସେ ସମ୍ପୂର୍ଣ୍ଣ ନିନ୍ଦା କରିଛନ୍ତି। ମେୟରଙ୍କୁ ସମାନ ନଦେଇ ଅସମ୍ମାନ କରିଛନ୍ତି। ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମକୁ ଡାକି ଚେୟାର ନଦେବା ନିଶ୍ଚିନ୍ତ ପକ୍ଷେ ଦୁଃଖର କଥା। ଆଜି ଦିନରେ ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟକ୍ରମର ଶିଳାନ୍ୟାସ କରିବାର ଥିଲା। ହେଲେ କାର୍ଯ୍ୟକ୍ରମକୁ ଡାକି ଅସମ୍ମାନ କରିବା ଅନେକ ଦୁଃଖର କଥା ବୋଲି ମେୟର କହିଛନ୍ତି ।

hiring

ସେପଟେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ବିଏମସି ମେୟରଙ୍କୁ ଅସମ୍ମାନ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଏହି କାର୍ଯ୍ୟକ୍ରମ ବିଭାଗୀୟ ଅଧିକାରୀ ମାନେ କରୁଛନ୍ତି। ସମସ୍ତ ମ୍ୟୁନିସିପାଲ କର୍ପୋରେସନ ଓ ମ୍ୟୁନିସିପାଲଟିରେ ସ୍ୱତନ୍ତ୍ର ଭାବରେ କାର୍ଯ୍ୟକ୍ରମ ପାଳନ ହେଉଛି। ବିଏମସିରେ ମଧ୍ୟ ସକାଳେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିଲା। ଏହି ସମୟରେ ସେମାନେ କିପରି ଏଠାରେ ଉପସ୍ଥିତ ରହିପାରିବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି। ଆମେ ସବୁବେଳେ ନିରପେକ୍ଷ ଭାବରେ କାର୍ଯ୍ୟ କରୁଛୁ। ବିଭାଗୀୟ ଅଧିକାରୀଙ୍କ ସହିତ କଥା ହେବି ବୋଲି ମନ୍ତ୍ରୀ କହିଛନ୍ତି।

hiranchal ad1
Leave A Reply

Your email address will not be published.

7 + fifteen =