ବାଲିଗୁଡ଼ାରେ ଘରୋଇ ଚକ୍ଷୁ ଡାକ୍ତରଖାନା ଉଦଘାଟିତ

0 41

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଖୋଲିଲା ଘରୋଇ ଚକ୍ଷୁ ଡାକ୍ତରଖାନା ଦାଶ ଚକ୍ଷୁ ଚିକିତ୍ସାଳୟ । ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ବିଜୟ କୁମାର ପଣ୍ଡା ରିବନ କାଟି ଚକ୍ଷୁ ଚିକିତ୍ସାଳୟର ଶୁଭ ଉଦଘାଟନ କରିଛନ୍ତି । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚକ୍ଷୁ ରୋଗୀଙ୍କ ପାଇଁ କୌଣସି ସୁବିଧା ନଥିବା ବେଳେ ଉପଖଣ୍ଡର ବହୁ ଚକ୍ଷୁ ରୋଗୀ ଜିଲ୍ଲା ବାହାରକୁ ଯାଇ ଚିକିତ୍ସିତ ହେବା ସହ ମାତ୍ରାଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ଏଭଳି ପରିସ୍ଥିତିରେ ଦାଶ ଚକ୍ଷୁ ଚିକିତ୍ସାଳୟ ଅଞ୍ଚଳବାସୀଙ୍କ ହିତରେ ଆସିବ । ଅତ୍ୟାଧୁନିକ ଯନ୍ତ୍ରାଂଶ ଦ୍ୱାରା ଅଭିଜ୍ଞ ଡାକ୍ତର ଏଠାରେ ରୋଗୀଙ୍କୁ ଚିକିତ୍ସା କରିବେ ଏବଂ ଅଞ୍ଚଳବାସୀ ଆଉ ବାହାରକୁ ନଯାଇ ଏଠାରେ କମ୍ ଖର୍ଚ୍ଚରେ ଉପଯୁକ୍ତ ଚିକିତ୍ସା ପାଇପାରିବେ । ଏଠାରେ ରୋଗୀଙ୍କ ପାଇଁ ୩୦ ଶଜ୍ୟା ରହିଥିବା ସହ ଉତ୍ତମ ମାନର ଅପରେସନର ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ଡାକ୍ତର ଓ ଡାକ୍ତରଖାନା ମାଲିକ । ସେପଟେ ବାଲିଗୁଡ଼ାରେ ଚକ୍ଷୁ ରୋଗୀଙ୍କ ପାଇଁ ଯିହା ଆବଶ୍ୟକ ଥିଲା ଆଜି ତାହା ପୂରଣ ହୋଇଛି ଦାଶ ଚକ୍ଷୁ ଚିକିତ୍ସାଳୟ ମାଧ୍ୟମରେ । ନିଶ୍ଚିତଭାବେ ଅଞ୍ଚଳବାସୀ ଏଥିରେ ଉପକୃତ ହେବେ ବୋଲି କହିଛନ୍ତି ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ବିଜୟ କୁମାର ପଣ୍ଡା ।

hiranchal ad1
Leave A Reply

Your email address will not be published.

18 − 5 =