କେନ୍ଦ୍ରାପଡ଼ା : ମନ ମୋହିନେଲେ ମୋହିନୀ “ମା” ସତରେ ସତ୍ କର୍ମର ନିଶ୍ଚିତ ଫଳ ରହିଛି। ଜଣେ ମଣିଷ କିପରି ଗୋଟିଏ ଅଞ୍ଚଳ, ତା’ପରେ ନିଜର କର୍ମ ଫଳରେ ଅନେକ ଅଞ୍ଚଳ ବାସୀଙ୍କର “ମା” ହୋଇପାରେ ଓ ମା ନାମର ଯଥାର୍ଥତା ପ୍ରତିପାଦନ କରିଛନ୍ତି ମା ମୋହିନୀ ନାୟକ। ସେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ୍ ଅନ୍ତର୍ଗତ ମାହାଳ ନିକଟରେ ଥିବା ହୁରାସାହି ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ସେ ଆଜି ଅବସର ନେଇଛନ୍ତି। ଆଜି ତାଙ୍କର କର୍ମ ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ “ପ୍ରଣାମ ଦେବଦାସୀ” ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୋହିନୀ ମା, ମାହାଳ ଜଗନ୍ନାଥ ମନ୍ଦିରର ଦେବଦାସୀ ମଧ୍ୟ ଅଟନ୍ତି। ତାଙ୍କର ଜୀବନର ସମୟକୁ ମହାପ୍ରଭୁଙ୍କ ସେବାରେ ନିୟୋଜିତ ସହ ଅନେକ ସାମାଜିକ କାମ ପାଇଁ ସେ ଚୀର ବନ୍ଦିତ ।

ତାଙ୍କର ଦରମାର ୭୦ ଭାଗ ରୋଗୀ ସେବା, ଗରିବ ଝିଅର ବିଭାଘର, ଭୋକିଲା ପେଟରେ ଖାଦ୍ୟ ଓ ଅଭାବି ଆବଶ୍ୟକୀୟଙ୍କ ପାଇଁ ଉଦ୍ଦିଷ୍ଟ ରହିଥାଏ। ଅନେକ ହୃଦୟର ମା ହେବାପାଇଁ ଗୋଟାଏ ବିଶାଳ ଚରିତ୍ର ସହ ସୁନ୍ଦର ମନର ଆବଶ୍ୟକ ବୋଲି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି ମତ ଦେଇଛନ୍ତି। ଆଜି ମା’ଙ୍କ ପାଇଁ ହୋଇଥିବା ମଞ୍ଚରେ ଅତିଥି ଭୂମିକାରେ ଥିଲେ କଳିଙ୍ଗ ଆବାସିକ ବିଦ୍ୟାଳୟର ମୁଖ୍ୟ ମନୋଜ କୁମାର ପ୍ରଧାନ, ଅବସରପ୍ରାପ୍ତ ସେନା କର୍ମଚାରୀ ବ୍ରଜ କିଶୋର ସାହୁ, ଅବସର ପ୍ରାପ୍ତ ଶିକ୍ଷକ ଆର୍ତ୍ତତ୍ରାଣ ନାୟକ, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଉପସଭାପତି ରଶ୍ମି ରଞ୍ଜନ ବାରିକ ଏବଂ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଟ୍ରଷ୍ଟର ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ କୁମାର ତରାଇ। ଏହି ମଞ୍ଚରେ ମୋହିନୀ ମା ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ସମସ୍ତ କର୍ମକର୍ତାଙ୍କ ସହଯୋଗରେ ମା ଙ୍କୁ ନେଇ ଏକ ପଦ ଶୋଭାଯାତ୍ରା ବାହାରିଥିଲା। ଏହି ସମୟର ଦୃଶ୍ୟ ଅତ୍ୟନ୍ତ ନିଆରା ଥିଲା I ମା ଙ୍କ ପାଇଁ ଏହି ଅଞ୍ଚଳ ବାସୀଙ୍କର ଭଲ ପାଇବା ସେହି ଅଞ୍ଚଳରେ ଦେଖିବାକୁ ମିଳିଥିଲା। କିଏ ନମସ୍କାର କରୁଥିଲା ତ କିଏ କାନ୍ଦି ପକାଉଥିଲା, କିଏ କୁଣ୍ଢାଇ ପକାଉଥିଲା ତ କିଏ କହୁଥିଲା ମା ସତରେ ତୁମେ ଆମକୁ ଛାଡ଼ି ପଳାଇବ। ଝିଅ ବୋହୂ ମାନେ ବନ୍ଦାପନା କରୁଥିଲେ।
ଜୟ ଜଗନ୍ନାଥ ଓ ହୁଳହୁଳି ରେ ସ୍ଥାନ ପ୍ରକମ୍ପିତ ହେଉଥିଲା। ପରିଶେଷରେ ସମସ୍ତେ ମା ଙ୍କୁ ନେଇ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ। ଆଜିର ଏହି ସୁନ୍ଦର କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ବ୍ୟକ୍ତି ମାନେ ହେଲେ ସୁନିଲ କୁମାର ନାୟକ, ଗଙ୍ଗାଧର ସାମଲ, ଭବନାଥ ନାୟକ, ଅଂଶୁମାନ ସ୍ବାଇଁ, ସୁରେନ୍ଦ୍ର, ରଣା, ପ୍ରିତମ ନାୟକ, ସୌମ୍ୟ ରଞ୍ଜନ ବସନ୍ତିଆ, ଦିବ୍ୟଜ୍ୟୋତି ବେହେରା, ସନ୍ତୋଷ ପରିଡ଼ା, ଅଭୟ କୁମାର ନାୟକ, ସଂଗ୍ରାମ ଦାସ, ପ୍ରତ୍ୟୁଷ କୁମାର ଚୌଧୁରୀ, ଭବ ଦ୍ୟୁତି ନାୟକ, ଅଭୟ କୁମାର ନାୟକ, ଲଲାଟେନ୍ଦୁ ମହାପାତ୍ର, କାଳନ୍ଦୀ ମଲ୍ଲିକ, ମନୋଜ କୁମାର ରାଉତ, ପ୍ରିତମ ନାୟକ, କେଦାର ସ୍ବାଇଁ, ତପନ କୁମାର ନାଥ ଓ ହୁରାସାହି ଯୁବକ ସଙ୍ଘର କର୍ମକର୍ତା।
