ସଂଖ୍ୟାଲଘୁ ମାନଙ୍କୁ ନବୀନ ପଟ୍ଟନାୟକଙ୍କ ଆହ୍ୱାନ

0 41

ୱାକଫ ବିଲକୁ ବିଜେଡି ବିରୋଧ କରିବ I

hiring

ଭୁବନେଶ୍ୱର : ଶାନ୍ତି ହିଁ ପ୍ରଗତିର ଆଧାର I ଏ ଦେଶ ଆମର ଏ ମାଟି ଆମର, ଏ ଭାବନା ନେଇ ଆମର ପ୍ରିୟ ଭାରତ ତଥା ପ୍ରିୟ ଓଡିଶାର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ, ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି I ସମାଜରେ ସଦଭାବ ବଜାୟ ରଖିବା ପାଇଁ ସମସ୍ତେ କାମ କରିବାକୁ ନବୀନଙ୍କ ପରାମର୍ଶ I ଆଜି ଶଙ୍ଖ ଭବନ ଠାରେ ବିଜେଡି ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ସମ୍ବୋଧନ କରି ନବୀନ ପଟ୍ଟନାୟକ କହିଥିଲେ ଯେ ଶାନ୍ତି ଓ ସଦଭାବନା ହିଁ ପ୍ରଗତିର ଭିତ୍ତି I ଏଥି ଯୋଗୁଁ ହିଁ ଓଡିଶା ବିଭିନ୍ନ କ୍ଷେତ୍ରର ପ୍ରଗତି ହାସଲ କରିପାରିଛି I ତେଣୁ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପାଇଁ କାମ କରିବାକୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ I ସେ କହିଥିଲେ ରାଜ୍ୟର ବିଭିନ୍ନ ଅଞ୍ଚଳର ସଂଖ୍ୟାଲଘୁ ଭାଇ ଭଉଣୀ ମାନେ ତାଙ୍କୁ ପ୍ରତିଦିନ ଭେଟୁଛନ୍ତି I ସେମାନଙ୍କ ମନରେ ଅସୁରକ୍ଷା ଭାବନା ରହୁଥିବା ବିଷୟରେ ସେମାନେ ଜଣାଉଛନ୍ତି I ବିଜେଡି ୱାକଫ ବିଲକୁ ବିରୋଧ କରିବ ବୋଲି ସେ ସ୍ପଷ୍ଟ କରିଥିଲେ I

ଓଡିଶା ସଦଭାବନା ଓ ଭାଇଚାରା ପାଇଁ ପ୍ରସିଦ୍ଧ I ଓଡିଶାର ସାଂସ୍କୃତିକ ବିବିଧତା ଆମର ଗୌରବ I ଦେଶ ର ପ୍ରଗତିରେ ସଂଖ୍ୟାଲଘୁ ମାନଙ୍କ ଅବଦାନକୁ ସ୍ମରଣ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସମସ୍ତଙ୍କ ସହଯୋଗ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଜରୁରୀ I ସାମ୍ପ୍ରଦାୟିକ ସଦଭାବନାକୁ ଭାରତୀୟ ସଂସ୍କୃତି ର ମୂଳଧାର ବୋଲି ବର୍ଣ୍ଣନା କରି ସମାଜ ର ଦୁର୍ବଳ ବର୍ଗ ର କଲ୍ୟାଣ ପାଇଁ ବିଜେଡି ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ I ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବୌଦ୍ଧ ଶିଖ ମୁସଲିମ ଓ ଖ୍ରୀଷ୍ଟିଆନ ଧର୍ମର ପ୍ରତିନିଧି ମାନେ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ସାଂସଦ ମୁନା ଖାଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I

hiranchal ad1
Leave A Reply

Your email address will not be published.

five × 3 =