ଚକଦର ଜଳସେଚନ ପ୍ରକଳ୍ପ ବନ୍ଦ ଦାବିରେ ୧୨ ଘଣ୍ଟିଆ ତେଲକୋଇ ରାଜପଥ ବନ୍ଦ

0 53

ତେଲକୋଇ : ସମାକୋଇ ଚକଧର ସମନ୍ୱୟ ସମିତି ଡାକରାରେ ଆଜି ପୁଣି ତେଲକୋଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଫଳରେ ସାରା ତେଲକୋଇରେ ଗାଡିମୋଟର ଚଲାଚଳ ବନ୍ଦ ରହିବା ସହ ଦୋକାନବଜାର ମଧ୍ୟ ବନ୍ଦ ରହିଥିଲା । ତେଲକୋଇ ମୁଖ୍ୟାଳୟରେ ଥିବା ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ ଓ କଲେଜ ମଧ୍ୟ ବନ୍ଦ ରହିଥିଲା । ସେପଟେ ଜଗମୋହନପୁର ଠାରେ ଆନ୍ଦୋଳନକାରୀ ଜାତୀୟ ରାଜପଥ ଅବରୋଧ କରିବାରୁ ରାଜପଥ ୪୯ ର ଉଭୟ ପଟରେ ଗାଡିମୋଟର ଅଟକି ରହିଛି । ଆଜି ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ଦୋକାନ ବଜାର ସହ ଗାଡ଼ି ମୋଟର ସମ୍ପୂର୍ଣ୍ଣ ବନ୍ଦ ରହିଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ତେଲକୋଇର ବହୁ ଅଞ୍ଚଳ ଜଳମଗ୍ନ ହେବାସହ ବାସଚ୍ୟୁତ ହେବାର ଆଶଙ୍କା କରିି ଲୋକେ ଭୟଭୀତ ହୋଇପଡିଛନ୍ତି । ତେଣୁ ଏହାକୁ ବିରୋଧ କରୁଛନ୍ତି । ଗତ ୨୭ ତାରିଖରେ ୧୨ ଘଣ୍ଟିଆ ବନ୍ଦ କରାଯାଇଥିଲା । ଏଥିରେ ୧୦ ହଜାରରୁ ଅଧିକ ଲୋକ ସାମିଲ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ସୂଚନା ଯୋଗ୍ୟ ଯେ, ଦୀର୍ଘ ୪୦ ବର୍ଷ ହେବ ଲୋକେ ଏହାକୁ ବିରୋଧ କରି ଆସୁଥିବାବେଳେ ଏବେ ପୁଣି ସେହି ପ୍ରକଳ୍ପକୁ ନେଇ ବଜେଟରେ ଅର୍ଥ ମଞ୍ଜୁର ହେବାପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏହାକୁ ନେଇ ଅଞ୍ଚଳବାସୀ ଆଜି ବନ୍ଦ ପାଳନ କରିବାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି । ଦିନକୁଦିନ ଏହି ପ୍ରକଳ୍ପକୁ ନେଇ ସାରା ତେଲକୋଇରେ ଆନ୍ଦୋଳନ ବଢ଼ିବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

two × four =