ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

0 51

ନିମାପଡ଼ା: ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ ଅର୍ଜିତ ୧୨ ହଜାର ଟଙ୍କା। ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଢ଼ଳେଶର ପଞ୍ଚାୟତର ଦହିଜଙ୍ଗ ଗ୍ରାମର ଲୁଇସ ସ୍ୱାଇଁ ନାମକ ମହିଳା ଏଠି ଠକାମିର ଶିକାର ହୋଇଛନ୍ତି। ଠକ ଜଣକ ମହିଳାଙ୍କୁ ଫୋନ୍ କରି କହିଥିଲେ ଯେ, ଆପଣଙ୍କ ଖାତାରୁ ସୁଭଦ୍ରା ଟଙ୍କା ଆସଛି, ମେସେଜରେ ଆସିଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଏହାପରେ ମହିଳା ଜଣକ ସେହି ଲିଙ୍କରେ କ୍ଲିକ କରି ନିଜର ୧୨ ହଜାର ଟଙ୍କା ହରାଇ ବସିଛନ୍ତି।

hiring

ଘଟଣା ସମ୍ପର୍କରେ ମହିଳା ଜଣକ ତାଙ୍କର ସ୍ୱାମୀ ଜିତେନ୍ଦ୍ର କୁମାର ସ୍ୱାଇଁଙ୍କୁ ଜଣାଇବା ପରେ ସେ ନିମାପଡା ସାଇବର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

fourteen − 9 =