ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟାକଲେ ଯୁବକ

0 51

ସୁବର୍ଣ୍ଣପୁର : ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା । ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି-ଖଲିଆପାଲି ଷ୍ଟେସନ ସହଲା ରେଳ ଫାଟକ ନିକଟରେ ଆତ୍ମହତ୍ୟା କରିଥିବା ଏହି ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ଜି.ଆର.ପି. ପୁଲିସ ମୃତଦେହକୁ ଜବତକରି ତଦନ୍ତ ଆରମ୍ଭ କରିଛି ।

hiring

ପ୍ରାଥମିକ ସୂଚନା ମୁତାବକ, ଗତକାଲି ରାତିରେ ଡୁଙ୍ଗୁରିପାଲି-ଖଲିଆପାଲି ଷ୍ଟେସନ ଦେଇ ଏଲପି-ଧାନବାଦ ଏକ୍ସପ୍ରେସ ଯାଉଥିଲା । ଏହି ସମୟରେ ଯୁବକଜଣକ ହଠାତ ଟ୍ରେନ ଆଗରେ ଆସି ଛିଡ଼ା ହୋଇଯାଇଥିଲେ । ଫଳରେ ଟ୍ରେନଟି ଯୁବକଙ୍କ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଏନେଇ ଲୋକୋ ପାଇଲଟ ଷ୍ଟେସନ ପରିଚାଳକଙ୍କୁ ସୂଚନା ଦେଇଥିଲେ । ପୁଲିସ ଯୁବକଙ୍କ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଯୁବକ ଜଣକ କିଏ ଓ କାହିଁକି ଯୁବକ ଟ୍ରେନ ଆଗକୁ ଆସି ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ ।

hiranchal ad1
Leave A Reply

Your email address will not be published.

sixteen − eight =