ବାଇକ୍‌ ସହ ଗଞ୍ଜେଇ ଜବତ, ଜଣେ ଗିରଫ

0 9

ନୂଆଗାଁ : ନୂଆଗାଁ ଥାନା ପୁଲିସ ବାଇକ୍‌ ସହ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି । ସୂଚନା ଥାଉକି ଇଟାମାଟି ଥାନା ଭିରୁଡ଼ା ଗ୍ରାମର ହୃଷିକେଶ ବେହେରାଙ୍କ ପୁଅ ସନ୍ତୋଷ କୁମାର ବେହେରା( ୨୮ ବର୍ଷ)ଏକ ମଟର ସାଇକେଲ ଗାଡି (ଓଡି-୦୨- ବିପି -୦୪୧୫) ଫୁଲବାଣୀରୁ ଇଟାମାଟି ଯାଉଥିବା ବେଳେ ୫୭ ନଂ ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ଠାରେ ନୂଆଗାଁ ଥାନା ପୁଲିସ୍‌ ବାଇକକୁ ଅଟକାଇ ଗାଡି ଯାଞ୍ଚ କଲାବେଳେ ଗାଡିରୁ ଗଞ୍ଜେଇ ବାହାରିଥିଲା । ଗାଡି ସହ ଚାଳକକୁ ଥାନାକୁ ଆଣି ୩ କିଗ୍ରା ୧୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ଏ ନେଇ ୧୭୯ /୨୪ ରେ ଏକ ମାମଲା ରୁଜୁ କରିବା ସହ ଗାଡି ଚାଳକକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶରତ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

18 + 4 =