ଦଶପଲ୍ଲା : – ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି(ମର୍କ୍ସବାଦୀ) ର ଦଶପଲ୍ଲା ଆଞ୍ଚଳିକ ସମ୍ମିଲନୀ ମଧ୍ୟଖଣ୍ଡ ପଞ୍ଚାୟତର ମହାନ୍ତିପଲିଠାରେ ଅନୁଷ୍ଠିତ ହୋଯାଇଅଛି । ସମ୍ମିଳନୀ ଅନୁଷ୍ଠିତ ହେବା ପୂର୍ବରୁ ପ୍ରଥମେ ପାର୍ଟିର ଲାଲ ପତାକାକୁ ପାର୍ଟିର ଜିଲ୍ଲା ସମ୍ପାଦକ ଶରତ ବେହେରା କର୍ମୀ ମାନଙ୍କ ଗହଣରେ ଉତ୍ତୋଳନ କରିଥିଲେ । ସମସ୍ତ କର୍ମୀ ସହୀଦ ବେଦିରେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀକୁ ପାର୍ଟିର ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ତାଙ୍କର ଉଦଘାଟନୀ ବକ୍ୟାବ୍ୟରେ ଭାରତ ବର୍ଷର ସ୍ୱାଧୀନତା ଆନ୍ଦୋଳନ ବେଳୁ ସ୍ୱାଧୀନୋତ୍ତର ଭାରତ ବର୍ଷରେ କମ୍ୟୁନିଷ୍ଟ ମାନଙ୍କର ତ୍ୟାଗପୁତ୍ତ ସଂଗ୍ରାମ ବିଷକୁ ବର୍ଣ୍ଣନା କରିବା ସହିତ ଆଜିର କଠିନ ପରିସ୍ଥିତିରେ କମ୍ୟୁନିଷ୍ଟ ମାନଙ୍କର ଦାୟିତ୍ୱ ଆହୁରି ବଢ଼ିଯାଇଛି ବୋଲି କହିଥିଲେ । ଏଥିପାଇଁ ସମସ୍ତେ ନିଃସ୍ୱାର୍ଥପର ଭାବେ କାମ କରିବାକୁ ଆହ୍ୱାନ ଦେଇଥିଲେ । ଆଞ୍ଚଳିକ କମିଟି ସଂପାଦକ ବ୍ରଜବନ୍ଧୁ ପ୍ରଧାନ ସମ୍ମିଳନୀରେ ରିପୋର୍ଟ ଉପସ୍ଥାପନ କଲାପରେ ଏହା ଉପରେ ପ୍ରତିନିଧି ମାନେ ଆଲୋଚନା କରି ରିପୋର୍ଟକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା । ଏହାପରେ ଏକ ନୂତନ ଆଞ୍ଚଳିକ କମିଟି ଗଠନ କରାଗଲା ।ଉକ୍ତ କମିଟିର ସମ୍ପାଦକ ଭାବରେ ବିପିନ କୁମାର ବାଜୁ ନିର୍ବାଚିତ ହୋଇଥିଲେ । ଏହି ସମ୍ମିଲାନିକୁ ଜୟନ୍ତୀ ଦାସ ଓ ବିପିନ ବିହାରୀ ବାଜୁଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା ସମ୍ପାଦକ ଶରତ ବେହେରା ଉଦଯାପନୀ ବକ୍ତବ୍ୟ ଦେଲାପରେ ସମ୍ମିଳନୀକୁ ସମାପ୍ତି ଘୋଷଣା କରାଗଲା