ବାଧକ ଗମନାଗମନ ସମସ୍ୟା, ବିକାଶ ଅପହଞ୍ଚ!

0 82

ବୌଦ୍ଧ, (ହୀପ୍ର): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସଦରମହକୁମାରେ ରହିଛି ବାଣୀଭୁଷଣପୁର ପଞ୍ଚାୟତ । ଗମନାଗମନ ଭଳି ପ୍ରମୁଖ ଅବ୍ୟବସ୍ଥା କାରଣରୁ ଗାଁ ଲୋକମାନେ ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ବିଡ଼ମ୍ବନା ହେଲା ଭର୍ତ ସ୍ୱାଧୀନ ହେବାର ୭୭ ବର୍ଷ ପରେ ସୁଦ୍ଧେ ବ୍ଳକ୍‌ ସଦର ମହକୁମାରେ ଥାଇ ଏହି ପଞ୍ଚାୟତ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ସୁଯୋଗ କ୍ଷେତ୍ରରେ ଚିର ଅବହେଳିତ ହୋଇରହିଛି ।

hiring

ଗାଁ ଚାରି ପାଖକୁ ଲାଗି ରହିଥିବା ଅଧିକାଂଶ ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡିଏ ହୋଇ ପାରିନାହିଁ । ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳାରୁ ବାଣୀଭୁଷଣପୁର ପଞ୍ଚାୟତର ଡିଗସିରା, ଘୋଡ଼ା ଡିଆଁ ଭଳି ଅନେକ ଗାଁ ବର୍ଷ ତମାମ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥାଏ । ଦୈନନ୍ଦିନ କାର୍ଯ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ପାଇଁ ଗାଁ ଲୋକ ଘୋଡାଡିଆଁ, ଡିଗସିରା ଗ୍ରାମର ଅଧିବାସୀ ପାହାଡି ନାଳ ପାରି ହେବାକୁ ବାଧ୍ୟ ହୋଇଥାଆନ୍ତି । ଏପରିକି ପଞ୍ଚାୟତ ସଦରମହକୁମାର ବିଭିନ୍ନ ରାସ୍ତା ସମେତ ଝାଡ୍ରାଜିଙ୍ଗ ଗ୍ରାମ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇପାରିନାହିଁ । ପ୍ରଶାସନ ନିକଟରେ ଗ୍ରାମବାସୀ ଏକାଧିକବାର ସମସ୍ୟା ସମ୍ପର୍କରେ ଦୃଷ୍ଟିଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଏ ସମ୍ପର୍କରେ ହରଭଙ୍ଗା ବ୍ଲକର ବିଡିଓ ଶରତ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଗ୍ରାମ୍ୟ ରାସ୍ତାଗୁଡ଼ିକର ପର୍ଯ୍ୟାୟ କ୍ରମେ ଉନ୍ନତି କରାଯିବ ।

hiranchal ad1
Leave A Reply

Your email address will not be published.

5 × 5 =