ଶ୍ରୀମନ୍ଦିରରେ ଭକ୍ତ ଓ ଜେଟିପି ମୁହାଁମୁହିଁ

0 69

ପୁରୀ : ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ଭକ୍ତ ଓ ଜେଟିପି ମୁହାଁମୁହିଁ । ଜଣେ ଭକ୍ତଙ୍କ ଆକ୍ରମଣରେ ଜଣେ ଜେଟିପି ଆହତ ହୋଇଛନ୍ତି । ତେବେ ଏନେଇ ସିଂହ ଦ୍ୱାର ଥାନାରେ ଦୁଇ ପକ୍ଷରୁ ଅଭିଯୋଗ ହୋଇଚି । ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି । ତେବେ ସୁଚନା ଅନୁଯାୟୀ ପାଞ୍ଚ ଜଣ ବଙ୍ଗୀୟ ଭକ୍ତ ଶ୍ରୀ ମନ୍ଦିର ଘଣ୍ଟି ଦ୍ୱାର ନିକଟରେ ଦର୍ଶନ ପାଇଁ ପ୍ରବେଶ ନିମନ୍ତେ ଅପେକ୍ଷାରେ ଥିଲେ । ତେବେ ହବିଶିଆଳି ମା ମାନଙ୍କୁ ଏହି ରାସ୍ତା ପଟେ ଯିବା ପାଇଁ ଜେଟିପି ଅନୁମତି ଦେଇଥିଲେ । ତେବେ କିନ୍ତୁ ଅପେକ୍ଷାରତ ବଙ୍ଗୀୟ ଭକ୍ତଙ୍କୁ ପ୍ରବେଶ କରିବା ପାଇଁ ବାରଣ କରିଥିଲେ । ଘଣ୍ଟି ଦ୍ୱାର ଦେଇ କେବଳ ପ୍ରବେଶ ପାଇଁ ହାବିଶିଆଳିଙ୍କୁ ଅନୁମତି ଦିଆଯାଇଛି । ତେବେ ବଙ୍ଗୀୟ ଭକ୍ତ ଙ୍କୁ ଜେଟିପି ପ୍ରବେଶ ପାଇଁ ଅନୁମତି ନ ଦେବାରୁ ଏଥିରେ ରାଗି ଯାଇ ଜଣେ ଭକ୍ତ ଜେଟିପୀଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଚି । ଆହତ ଜେଟିପି ଗୁପ୍ତେଶ୍ୱର ରାଉତରାୟଙ୍କ କହିବା ଅନୁଯାଇ ଆଜି ସକାଳ ୯ଟା ସମୟରେ ସେ ଶ୍ରୀମନ୍ଦିର ଘଣ୍ଟି ଦ୍ୱାରରେ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଦାଇତ୍ୱରେ ଥିଲେ । ଏହି ସମୟରେ କିଛି ବଙ୍ଗୀୟ ଭକ୍ତ ପ୍ରସ୍ଥାନ ବାଟ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଘଣ୍ଟି ଦ୍ୱାର ନିକଟରେ ଜେଟିପି ଗୁପ୍ତେଶ୍ୱର ବାରଣ କରିଥିଲେ, ବାରଣ କରିବାରୁ ବଙ୍ଗୀୟ ଭକ୍ତ ମାନେ ଏହାକୁ ନମାନି ଉତକ୍ଷିପ୍ତ ହୋଇ ଗୁପ୍ତେଶ୍ୱରକୁ ଆକ୍ରମଣ କରିଛନ୍ତି ବୋଲି ଜେଟିପି ଗୁପ୍ତେଶ୍ୱର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହା ପରେ ସିଂହ ଦ୍ୱାର ଥାନାରେ ଉଭୟଙ୍କ ପକ୍ଷରୁ ଅଭିଯୋଗ ହୋଇଥିବାବେଳେ ସିଂହଦ୍ୱାର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

hiranchal ad1
Leave A Reply

Your email address will not be published.

1 × two =