ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରେ ଗଜପତି ଓ ମୁଖ୍ୟ ପ୍ରଶାସକ

0 11

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଅନlନ୍ୟ ଅସମ୍ପୂର୍ଣ ଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ଗଜପତି ମହାରାଜାଙ୍କ ଅଦ୍ଦକ୍ଷତାରେ ବସିଥିବା ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ବୈଠକରେ ନିଷ୍ପତି ହୋଇଛି l ଅଭ୍ୟର୍ଥନା କକ୍ଷ ସମେତ ପ୍ରଶାସନିକ ନୂତନ କାର୍ଯ୍ୟାଳୟ, ରଘୁନନ୍ଦନ ଲାଇବ୍ରେରି, ସାଂସ୍କୃତିକ କେନ୍ଦ୍ର ନିର୍ମାଣ ଏବଂ ଜେବିପିସିରେ ଧ୍ୟାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ସମୀକ୍ଷା ବୈଠକରେ ସ୍ଥିର କରାଯାଇଛି l ସେହିପରି ଉତ୍ତରଦ୍ୱାର ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁ ସୁବିଧାରେ ମହାପ୍ରସାଦ ସେବନ ପାଇଁ ସ୍ୱତ୍ରନ୍ତ୍ର ଅନ୍ନକ୍ଷେତ୍ର ପ୍ରତିଷ୍ଠା ସହ ଗୁଣ୍ଡିଚା ମନ୍ଦିରରେ ୨୦୨୬ ରଥଯାତ୍ରା ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ନେଇ ବୈଠକରେ ଆଲୋଚନା କରାଯାଇଥିଲା l ଆଜି ଏନେଇ କମିଟି ପ୍ରଥମେ କ୍ଷେତ୍ର ପରିଦର୍ଶନ କରିବା ପରେ ସମୀକ୍ଷା କରି ନିଷ୍ପତି ନିଆଯାଇଛି l

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଚତୁର୍ପାର୍ଶ୍ୱ ସହିତ ଗୁଣ୍ଡିଚା ମନ୍ଦିର, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର ର ଚାଲିଥିବା କାର୍ଯ୍ୟର ସମୀକ୍ଷା ଓ ସ୍ଥିତି ଅନୁଧ୍ୟାନ କରିଛନ୍ତି ଖୋଦ୍ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତିଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ,ସଂସ୍କୃତି ଉପଦେଷ୍ଟା କମିଟିର ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିବା ସହ ନିର୍ମାଣଧୀନ ପ୍ରକଳ୍ପ ବୁଲି ଦେଖିଛନ୍ତି। ବର୍ତମାନର ଶ୍ରୀମନ୍ଦିର କାର୍ଯ୍ୟାଳୟ ହେବ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅଭ୍ୟର୍ଥନା କେନ୍ଦ୍ର। ଶ୍ରୀମନ୍ଦିରର ନୂତନ କାର୍ଯ୍ୟଳୟ ନରେନ୍ଦ୍ର ମହଲା ସ୍ଥାନରେ ହେବାକୁ ସ୍ଥିର ହୋଇଅଛି।ସେହିପରି ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ଓ ରଘୁନନ୍ଦନ ଲାଇବ୍ରେରୀ ଏମାର ମଠ ନିକଟରେ ଥିବା ଖାଲି ସ୍ଥାନରେ ନିର୍ମାଣ ହେବ।ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମହାପ୍ରସାଦ ସେବନ ସୁବିଧା ନେଇ ଉତ୍ତର ଦ୍ୱାର ବାହାରେ ଅନ୍ନକ୍ଷେତ୍ର କରିବା ନେଇ ପ୍ରସ୍ତାବ ରହିଥିବାବେଳେ ଜଗନ୍ନାଥ ବଲ୍ଳଭ ପାର୍କିଙ୍ଗର ଉପର ମହଲାରେ ଧ୍ୟାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଓବିସିସିକୁ ନିର୍ଦ୍ଧେଶ ଦିଆଯାଇଛି l ସକାଳୁ ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଗୁଣ୍ଡିଚା ମନ୍ଦିର ଓ ପ୍ରମୋଦ ଉଦ୍ୟାନ ଆଦି କ୍ଷେତ୍ର ପରିଦର୍ଶନ କରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅଧାପନ୍ତରିୟା କାର୍ଯ୍ୟ ଗୁଡିକୁ ସଂସ୍କୃତି ଓ ଧାର୍ମିକ ବିଚାର ବିମର୍ସ ଅନୁଯାଇ ଶେଷ କରିବା ନେଇ ନିସ୍ପତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ପ୍ରଦାନ କରିଛନ୍ତି l

hiring

ସେପଟେ ଓବିସିସି ଦ୍ୱାରା ନିର୍ମାଣଧୀନ ସମସ୍ତ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ନେଇ ଆଜି ସ୍ୱତ୍ରନ୍ତ୍ର ବୈଠକରେ ନିଷ୍ପତି ନିଆଯାଇଛି l ଅଧାପନ୍ତରିଆ ପ୍ରକଳ୍ପ ସମେତ ବିଭିନ୍ନ ମଠର ପୁନରୁଦ୍ଧାର ଯଂଜ୍ଞ ସ୍ଥଳି, ପ୍ରବଚନ କେନ୍ଦ୍ର ଆଦି କାର୍ଯ୍ୟ ଶେଷ କରିବା ନେଇ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି l ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିବା ଯୋଜନା ଗୁଡିକର କାର୍ଯ୍ୟ ଶେଷ କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ଉପଲବ୍ଦ କରିବା ନେଇ ଆଜିର ବୈଠକରେ ନିଷ୍ପତି ନିଆଯାଇଛି l ବିଶେଷ କରି ଭକ୍ତ ମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ସହ ଅନ୍ନକ୍ଷେତ୍ର ପ୍ରତିଷ୍ଠା ଏବଂ ମହାପ୍ରଭୁଙ୍କର ଜନ୍ମବେଦି ଗୁଣ୍ଡିଚା ମନ୍ଦିରର କାର୍ଯ୍ୟ ଶେଷ କରିବାକୁ କମିଟି ନିଷ୍ପତି ନେଇଅଛି l ଅନ୍ୟପଟେ ପରିକ୍ରମା ପ୍ରକଳ୍ପର ଅଧାପନ୍ତରିଆ କାର୍ଯ୍ୟକୁ ନେଇ ତତ୍କାଳୀନ ସରକାରଙ୍କୁ ସମାଲୋଚନା କରିଛନ୍ତି ବୁଦ୍ଧିଜୀବୀ। ପରିକ୍ରମା ପ୍ରକଳ୍ପ ସମୟରେ ପାଣ୍ଡିଆନଙ୍କ ଲଗାତାର ପୁରୀ ଗସ୍ତକୁ ନେଇ କୋଟିକୋଟି ଟଙ୍କା ହରିଲୁଟର ଗନ୍ଧ ବାରିବା ସହ କେନ୍ଦ୍ର ସରକାରଙ୍କ ଯେକୌଣସି ସଂସ୍ଥା ଦ୍ଵାରା ତଦନ୍ତ କରିବାକୁ ଦାବି ହୋଇଛି। ଅନ୍ୟପଟେ ମହାପ୍ରସାଦର ପବିତ୍ରତାକୁ ଦୃଷ୍ଟିରେ ରଖି ଅନ୍ନକ୍ଷେତ୍ର ପ୍ରକଳ୍ପକୁ ସାମାନ୍ୟ ବିରୋଧ କରିଛନ୍ତି ଶ୍ରୀମନ୍ଦିର ସେବାୟତ। ତେବେ ଶ୍ରୀମନ୍ଦିରର ବିକାଶ,ମଠ ମାନଙ୍କର ବିକାଶ,ପୁରୀର ବିକାଶ ସହ ଭକ୍ତ ଶ୍ରଦ୍ଧାଳୁଙ୍କ ଆନୁସଙ୍ଗିକ ସମସ୍ତ ବ୍ୟବସ୍ଥା ହେଉଥିବାରୁ ମୋହନ ସରକାରଙ୍କ ପଦକ୍ଷେପକୁ ମଠ ମହନ୍ତ ମାନେ ସ୍ୱାଗତ କରିଛନ୍ତି।

ଅସମ୍ପୂର୍ଣ୍ଣ ହୋଇଥିବା ଶ୍ରୀମନ୍ଦିରର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନେଇ NMA ଠାରୁ ଅନୁମୋଦନ ମିଳିସାରିଥିବାବେଳେ ଏବେ ଖୁବଶୀଘ୍ର ସମସ୍ତ ଅଧାପନ୍ତରିଆ କାର୍ଯ୍ୟ ଶେଷ କରି ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ସର୍ଗୀକୃତ କରିବାକୁ ଲକ୍ଷ ରଖିଛନ୍ତି ମୋହନ ସରକାର।

hiranchal ad1
Leave A Reply

Your email address will not be published.

16 + eighteen =