କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ସେବାୟତଙ୍କ ମାଡ଼ ମାରିବା ଘଟଣା,ଅଭିଯୁକ୍ତଙ୍କ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ

0 76

ପୁରୀ: ଶ୍ରୀମନ୍ଦିର ସମ୍ମୁଖରେ କିଛି ନିର୍ଦ୍ଧିଷ୍ଟ ସେବାୟତଙ୍କ ଦ୍ବାରା ପୁରୀର କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାକୁ ୨୪ ଘଣ୍ଟା ବିତିଥିବାବେଳେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ। ଭାଇରାଲ୍ ହେଉଥିବା ଭିଡିଓ ଫୁଟେଜରୁ ଅଭିଯୁକ୍ତ ମାନଙ୍କର ପରିଚୟ ସ୍ପଷ୍ଟ ଜଣାପଡି ସାରିଥିବାବେଳେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ସେବାୟତ ମାନଙ୍କୁ ଧରିବାରେ ପୁରୀ ପୋଲିସ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛି ସେ ନେଇ ପ୍ରଶ୍ନ ଉଠିଛି। ଯାହାକୁ ନେଇ ପୁରୀରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ସାମ୍ବାଦିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି ବିଭିନ୍ନ ବୁଦ୍ଧିଜୀବୀ ଏବଂ ସଂଗଠନ ପକ୍ଷରୁ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଦାବି ଜୋର ଧରିଛି। ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

hiring


ଜଣେ ମହିଳା ସାମ୍ବାଦିକାଙ୍କୁ ସର୍ବସାଧାରଣରେ ଅସଦାଚରଣ ସହିତ ମାଡ ମରା ଯାଇଥିବା ବେଳେ ତାଙ୍କୁ ନ୍ୟାୟ ପ୍ରଦାନରେ ପୁରୀ ପୋଲିସ ର ହାଲୁକା ମନୋଭାବକୁ ଏବେ ସବୁଆଡେ କଡ଼ା ନିନ୍ଦା କରାଯାଉଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୁରୀ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପୁରୀରେ କାର୍ଯ୍ୟରତ ସାମ୍ବାଦିକ। ଆଗାମୀ ୨୪ ଘଣ୍ଟା ଭିତରେ ମହିଳା ସାମ୍ବାଦିକା ଙ୍କୁ ଅସଦାଚରଣ ଏବଂ ଆକ୍ରମଣ କରିଥିବା ଅଭିଯୁକ୍ତ ସେବାୟତଙ୍କୁ ଗିରଫ କରା ନଗଲେ ପୁରୀ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ପୁରୀର କାର୍ଯ୍ୟରତ ସାମ୍ବାଦିକ ମାନେ ଚେତାବନୀ ଦେଇଛନ୍ତି। ସେପଟେ ଓଡ଼ିଶା ସାମ୍ବାଦିକ ୟୁନିଅନ ମଧ୍ୟ ପୁରୀ ପୋଲିସର କୋହଳ ମନୋଭାବକୁ କଡା ନିନ୍ଦା କରିଛନ୍ତି। ଓଡିଶା ସାମ୍ବାଦିକ ୟୁନିଅନର ସଭାପତି ପ୍ରସନ୍ନ ମହାନ୍ତି ଏବଂ ଅନ୍ୟ ବରିଷ୍ଠ ସାମ୍ବାଦିକ ମାନେ ଅଭିଯୁକ୍ତ ସେବାୟତଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି। ରାଜ୍ୟ ସରକାର ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ମହିଳା ସାମ୍ବାଦିକା ଙ୍କୁ ନ୍ୟାୟ ପ୍ରଦାନ ନକଲେ ରାଜ୍ୟବ୍ୟାପୀ ସାମ୍ବାଦିକ ମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିସହିତ ତୁରନ୍ତ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦାବି କରାଯାଇଛି।

hiranchal ad1
Leave A Reply

Your email address will not be published.

2 × 2 =