ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ

0 201

କଟକ: ହାଇକୋର୍ଟର ନୂଆ ବିଚାରପତି ଭାବେ ଜଷ୍ଟିସ ଦୀକ୍ଷିତ କ୍ରୀଷ୍ଣା ଶ୍ରୀପଦ ଆଜିଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । କର୍ଣ୍ଣାଟକ ହାଇକୋର୍ଟରୁ ବଦଳି ହୋଇ ଆସିଥବା ଜଷ୍ଟିସ ଶ୍ରୀପଦ,  ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନବ ନିଯୁକ୍ତ ବିଚାରପତି ଜଷ୍ଟିସ ଶ୍ରୀପଦଙ୍କୁ ଶପଥ ପାଠ କରାଇଛନ୍ତି। 

hiring

ଜଷ୍ଟିସ ଦୀକ୍ଷିତ କ୍ରୀଷ୍ଣା ଶ୍ରୀପଦ, ୧୯୮୯ ମସିହାରେ ଜଣେ ଆଇନଜୀବୀ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। କର୍ଣ୍ଣାଟକ ଏବଂ ମାଡ୍ରାସ ହାଇକୋର୍ଟରେ ସେ ଜଣେ କଂଷ୍ଟିଚ୍ୟୁସନାଲ ଲୟର ଭାବେ ବେଶ ସୁନାମ ଅର୍ଜନ କରୁଥିଲେ। ତା ସହିତ ସମୟ କ୍ରମେ ସେ ଭାରତୀୟ ନିର୍ବାଚନ କମିଶନ, ୟୁନିଭର୍ସିଟି ଗ୍ରାଣ୍ଟ କମିଶନଙ୍କ ଓକିଲ ଭାବେ ବେଶ ଦକ୍ଷତାର ସହିତ କାମ କରିଛନ୍ତି। ୨୦୧୪ ମସିହାରେ ସେ ଆସିଷ୍ଟାଣ୍ଟ ସାଲିସିଟର ଜେନେରାଲ ଭାବେ ଭାରତ ସରକାରଙ୍କ ପାଇଁ କାର୍ଯ୍ୟ କରୁଥିଲେ। ଏବଂ ୨୦୧୮ ମସିହା ଫେବୃୟାରୀ ୧୪ ତାରିଖରେ ତାଙ୍କୁ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। 

hiranchal ad1
Leave A Reply

Your email address will not be published.

17 + seventeen =