ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରେ ୩ ଓଡ଼ିଆଙ୍କୁ ହତ୍ୟା । ତିନି ଶାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ମାରିଦେଲା ଭିଣୋଇ । ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲୁରୀ ସୀତାରାମାରାଜୁ ଜିଲ୍ଲା ସିଲେରୁ ଗାଁରେ ଏହି ଟ୍ରିପଲ ମର୍ଡର ଘଟିଛି । ମୃତ ଶାଳକମାନେ ଓଡ଼ିଶାର ହୋଇଥିବା ସୂଚନା ମିଳିଛି । ଦୁଇ ଜଣ ଶାଳକ ଚିତ୍ରୋକାଣ୍ଡର ହୋଇଥିବାବେଳେ ଅନ୍ୟଜଣେ ନବରଙ୍ଗପୁର ବାସିନ୍ଦା । ସୋମବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି ।

କୌଣସି କାରଣକୁ ନେଇ ଭିଣୋଇ ଏବଂ ୩ ଶାଳକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଭିଣୋଇ ମୁଣ୍ଡକୁ ପିତ ଚଢି ଯାଇଥିଲା । ଏକ ଧାରୁଆ ଅସ୍ତ୍ରରେ ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ଭିଣୋଇ । ମୃତକମାନେ ହେଲେ ରାଜୁ ଖେମୁଡୁ, କୁଞ୍ଜ ଖେମୁଡୁ, କ୍ରିଷ୍ଣା ଖେମୁଡୁ ।
