ପୁରୀ-ଆସନ୍ତା ରଥଯାତ୍ରା ୨୦୨୫ ସମୟରେ ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବରେ ଭକ୍ତମାନେ ଯାତ୍ରା କରିପାରିବେ ବୋଲି ନିଶ୍ଚିତ କରିବାକୁ ପୁରୀ ଏସ୍ପି ବିନିତ ଅଗ୍ରୱାଲ ଆଜି ସୁପାଲେସ ଛକ, ବିଧବାଶ୍ରମ ଛକ, ଜମ୍ବେଶ୍ୱର ଛକ, ହରଚଣ୍ଡୀ ସାହି ଛକ, ମାଣିକର୍ଣ୍ଣିକା ସାହି ଛକ ରାସ୍ତା ଦେଇ ଗଣ୍ଡୁଆଚଉରା ଛକ ଆଦି ସ୍ଥାନ ବୁଲି ଭକ୍ତ ଓ ସାହିରେ ରହୁଥିବା ସ୍ଥାନୀୟ ଲୋକ ମାନଙ୍କ ସୁବିଧା ଓ ଅସୁବିଧା ଅନୁଧ୍ୟାନ କରିଛନ୍ତି।
ଏହି ଗ୍ରସ୍ତ ସମୟରେ ସ୍ଥାନୀୟ ନିବାସୀମାନେ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗଗୁଡ଼ିକୁ ଗ୍ରହଣ କରିଛନ୍ତି। ମୁଖ୍ୟ ଅଭିଯୋଗଗୁଡ଼ିକ:ସ୍ଥାନୀୟ ଯାନବାହନର ନିୟନ୍ତ୍ରିତ ଚଳାଚଳ।ଭକ୍ତମାନେ ନିର୍ଦ୍ଦିଷ୍ଟ ମାର୍ଗ ଜାଣିନଥିବାରୁ ସମସ୍ୟା।
ଏସ୍ପି ପୁରୀ ସ୍ଥାନୀୟ ଲୋକଙ୍କ ଅଭିଯୋଗ କୁ ଗମ୍ଭୀରତା ସହିତ ଗ୍ରହଣ କରି କମ ସମୟମଧ୍ୟରେ ସମାଧାନ କରାଯିବ ବୋଲି ନିଶ୍ଚିତ ଆଶ୍ୱାସନ ଦେଇଛନ୍ତି। ଏହା ସହ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଗ୍ରୱାଲ କହିଛନ୍ତି ସାହି ରାସ୍ତା ଗୁଡି଼କରେ ୱାନ ୱଏ ଟ୍ରାଫିକ ଵେବସ୍ଥା କରାଯିବ ଯାହା ସବୁଦିନିଆ କରାଯିବ। ସମସ୍ତ ଅଧିକାରୀଙ୍କୁ ଏହି ଗ୍ରସ୍ତ ସମୟରେ ଯେଉଁଥିରେ ରଥଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶ ୨୦୨୫ ପାଇଁ ସମୁଦ୍ରକୁଳ ରୁ ଭକ୍ତମାନଙ୍କ ଗୁଡିକୁ ଲେନ୍ ଭିତିକ ଆଗମନ କେମିତି ବଡଦଣ୍ଡ କୁ ପ୍ରବେଶ କରାଯିବ ତାହା ଆଲୋଚନା କରିଥିଲେ।
ଏହି ଗ୍ରସ୍ତରେ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲଙ୍କ ସହ ଅଧିକାରୀମାନେ ଥିଲେ ଅତିରିକ୍ତ ଏସ୍ପି ସୌମ୍ୟ ରଞ୍ଜନ ମଲ୍ଲିକ,ଅତିରିକ୍ତ ଏସ୍ପି ସଚିନ ପଟେଲ,ସିଟି ଡ଼ିସପି ପ୍ରଶାନ୍ତ କୁମାର ସାହୁ,ଟ୍ରାଫିକ ଡ଼ିସପି ରାଜକୁମାର ପରିଡା,ମନ୍ଦିର ଏସି ଘନଶ୍ୟାମ ହେମ୍ବ୍ରମ, ମନ୍ଦିର ଏସି ଶ୍ରୀ ବିଜୟ ନନ୍ଦ,ଟ୍ରାଫିକ୍ ଆଇଆଇସି ଜୟଦୀପ ମହାନ୍ତି , ଟାଉନ୍ ଆଇଆଇସି ଗୋକୁଳ ରଞ୍ଜନ ଦାସ,ସମୁଦ୍ରକୁଳ ଆଇଆଇସି ମାନସ ଚକ୍ର, ବାଳିଆପଣ୍ଡା ଥାନା ଆଇଆଇସି ଶ୍ରୀମତୀ ସଂଗୀତା ଦାଶ,ପ୍ରମୁଖ ସାମିଲ ହୋଇଥିଲେ। ଏସ୍ପି ପୁରୀ ସମସ୍ତ ଅଧିକାରୀଙ୍କୁ ସଂବେଦନଶୀଳ ଏବଂ ଭୀର ଅଞ୍ଚଳ ଚିହ୍ନଟ କରି ମାଇକ୍ରୋ ଯୋଜନା ପ୍ରସ୍ତୁତି ନିମିତ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସେ ମନ୍ଦିର ପ୍ରଶାସନ, ପୋଲିସ ଓ ସେଠାକାର ଲୋକମାନଙ୍କ ସହ ସମନ୍ୱୟ ରଖି ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ଆଧ୍ୟାତ୍ମିକ ଅନୁଭବ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ପ୍ରୟାସ ଜାରି ରହିଛି।
